fbpx

ରାଶିଫଳ (ବୁଧବାର, ୩ ମାର୍ଚ୍ଚ ୨୦୨୧)

ମେଷ : ଉଚ୍ଚ ଶିକ୍ଷାରେ ଋଚି ବଢିବ,ନୂଆନୂଆ କାର୍ଯ୍ୟପନ୍ଥା ଆପଣାଇ ସଫଳ ହେବେ, ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧୀୟ ଶୁଭ ଖବର ମିଳିବ, ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ, ପିତୃମାତୃ ସ୍ୱାସ୍ଥ୍ୟଚିନ୍ତା ବଢିବ ।

ବୃଷ : ଟଙ୍କପଇସାକୁ ନେଇ ଚିନ୍ତା ବଢିବ ଏବଂ ଗୁରୁଜନ ମାନଙ୍କର ସ୍ୱାସ୍ଥ୍ୟଚିନ୍ତା ବଢିବ, ଅବିବାହିତା ମାନଙ୍କର ସୁଯୋଗ ସୃଷ୍ଟି ହୋଇ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, ଦାୟିତ୍ୱ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ ।

ମିଥୁନ : କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ ମାତ୍ର କୌଣସି ଅଚାନକ ବ୍ୟୟ ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ ସତର୍କ ରହିଥିବେ, ଆଜି କିଛି ଚୁଡାଗୁଡ ଗାଇକୁ ଖାଇବାକୁ ଦିଅନ୍ତୁ ମନମୁତାବକ ଫଳ ପାଇବେ ।

କର୍କଟ : ଆୟ କମିବ ବୟସ ବୃଦ୍ଧି ହେବ ଓ ଭୁଲ ନିଷ୍ପତିର ଶିକାର ହେବେ, ପ୍ରତି କାମରେ ବିଳମ୍ବରେ କାର୍ଯ୍ୟପୂରଣ ହେବ, ମହିଳା ମାନେ ଚିନ୍ତାଗ୍ରସ୍ତ ରହିବେ, ପେଟବ୍ୟଥା ଭୋଗିବେ ।

ସିଂହ : ନିଜ ଅଞ୍ଚଳରେ କୌଣସି ଜନହିତ କାର୍ଯ୍ୟରେ ଯୋଗଦେଇ ପ୍ରସଂଶିତ ହେବେ, ନିଜର ବୁଦ୍ଧି ବଳରେ ନିଜର ସମସ୍ତ ବାଧାବିଘ୍ନକୁ ଦୂର କରି ମନର ଯୋଜନା ମୁତାବକ ସଫଳତା ପାଇବାରେ ଭାଗ୍ୟ ସାଥ ଦେବ ।

କନ୍ୟା : ବ୍ୟବସାୟରେ କ୍ଷତି ସହିବେ ମାତ୍ର ନୂତନ ଗୃହନିର୍ମାଣ କରିବେ, ଅଚାନକ ଗୋଡପିଡା ହେବା କିମ୍ବା ଗଣ୍ଠିମଜ୍ଜା ପିଡାହେବା ଭଳି ସ୍ଥିତି ଉପୁଜିବ ଅଯଥା ଟଙ୍କା ବ୍ୟୟ ହେବ, ପୁଞ୍ଜିନିବେଶରୁ ଲାଭ ହେବ ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରହିଥିବେ ।

ତୁଳା : ପିଲାମନଙ୍କୁ ନୂତନ କର୍ମନିଯୁକ୍ତିର ଖବର ମିଳିବ,ଜୀବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ଅଯଥା ଭ୍ରମଣ କରି ସ୍ୱାସ୍ଥ୍ୟ ବିଗିଡିବ ମାତ୍ର ଆଥିକ ସ୍ଥିତି ସ୍ୱଛଳ ରହିବ, ଆଜି ଖଣ୍ଡେ ଫିଟିକିରି କୌଣସି ବାରିକଙ୍କୁ ଦାନ କରନ୍ତୁ ଶୁଭରେ ଶୁଭରେ ଦିନଟି କଟିବ ।

ବିଛା : ରୋଗଶୋକ ଏବଂ ଆଶାପୂରଣ ନହେବା ଆଦି ରହିବ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ, କର୍ମଚିନ୍ତା ବଢିବ, ସହକର୍ମି ସହିତ ମତାନ୍ତର ହେବ, କୌଣସି ଯୋଜନାରେ ଅସଫଳ ହେବେ, ଆର୍ôଥକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ।

ଧନୁ : ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ଭୁଲ ନିଷ୍ପତ୍ତି ନେଇ ଅପମାନିତ ହୋଇପାରନ୍ତି, ତେଣୁ ଘରୁ ବାହାରିଲା ବେଳେ ମହୁଖାଇ ବାହାରନ୍ତୁ ରିଷ୍ଟ କମିବ ।

ମକର : ଅଚାନକ ସୁ-ଖବର ପ୍ରାପ୍ତ ହେବ ମାତ୍ର ଆୟଠାରୁ ବ୍ୟୟ ବଢିବ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ, ସରକାରି ସହାୟତା ପାଇବେ, ଦୂରଯାତ୍ରା କରନ୍ତୁ ନାହିଁ ଏବଂ ଯାନବାହାନ ଚଢନ୍ତୁ ନାହିଁ, କିଛିକିଛି ଦାନଧର୍ମ କଲେ ପରିସ୍ଥିତି ନିୟନ୍ତ୍ରଣରେ ରହିବ ।

କୁମ୍ଭ : ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ୱିତ ହେବେ, ପାରିବାରିକ ଶାନ୍ତି ମିଳିବ, ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ରାଜଦଣ୍ଡର ସୂଚନା ରହିଛି ତେଣୁ ପ୍ରତି କ୍ଷେତ୍ରରେ ସତର୍କ ସହିତ ରହିବା ଜରୁରୀ, ଆଜି କଳା ରଙ୍ଗର କିଛି ବ୍ୟବହାର କରନ୍ତୁ ଏବଂ ଗୋଟିଏ ଲୁହାକଣ୍ଟା ପାଖରେ ରଖନ୍ତୁ ।

ମୀନ : ଜମିବାଡି ସଙ୍କ୍ରାନ୍ତିୟ କିମ୍ବା ଯାନବାହାନ ଜନିତ କ୍ଷୟକ୍ଷତି ରହିବ ତେଣୁ ଆଜି ସତର୍କ ରହିଥିବେ, ଅର୍ଥଚିନ୍ତା ଏବଂ ମାନସିକ ଅଶାନ୍ତି ବଢିବ, ଚାକିରିରେ କିଛି ଭୁଲ ନିଷ୍ପତ୍ତି ନେଇ ପଶ୍ଚାତାପ କରିବେ, ଅଯଥା ଅର୍ଥହାନି ହେବ ।

Get real time updates directly on you device, subscribe now.