fbpx

ବର୍ଷା-ଅନୁଭବ ବିବାଦ: ଦିଲ୍ଲୀରେ ନୁହେଁ କଟକରେ ଚାଲିବ ଶୁଣାଣି

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଏହାରି ମଧ୍ୟରେ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତରିତ ହୋଇଛି । ପଟିଆଲା ହାଉସ୍ କୋର୍ଟ ନୁହେଁ ଏବେ କଟକରେ ମାମଲାର ଶୁଣାଣି ହେବ । ଆଜିର ଶୁଣାଣି ପରେ ଅନୁଭବଙ୍କ ଓକିଲ ନିଜର ପ୍ରତିକିୟା ପ୍ରକାଶ କରିଛନ୍ତି ଯେ, ‘ମାମଲା ସ୍ଥାନାନ୍ତର ପାଇଁ ପିଟିସନକୁ ଆମେ ବିରୋଧ କରିନଥିଲୁ । ଯଥାଶିଘ୍ର ମାମଲାର ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି ହେବ ।’ ତେବେ ମାମଲାର ତ୍ୱରିତ ବିଚାର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.