fbpx

ସହରରେ ସେକ୍ସ କଲ୍ ସେଣ୍ଟର: ଯୁବପୀଢ଼ିଙ୍କୁ ଲୋଭ ଦେଖାଇ କରୁଛନ୍ତି ଲୁଟ୍

ସମ୍ବଲପୁର, ୬ା୩ (ଓଡିଶା ଭାସ୍କର): ସେକ୍ସ କଲ୍ କରି ଲୁଟ କରିବା ବର୍ତ୍ତମାନ ସମୟରେ ଏକ ନୂଆ ଟ୍ରେଣ୍ଟ ଭାବେ ଉଭା ହୋଇଛନ୍ତି । ଅନଲାଇନରେ ଦିଆଯାଉଥିବା ଫୋନନମ୍ବର ସହାୟତାରେ ଏହି କଲ ସେଣ୍ଟର ସହ ଯୋଗାଯୋଗ କରି ବର୍ବାଦ ହେଉଛନ୍ତି ଯୁବପୀଢ଼ି । ପୂର୍ବରୁ ମେଟ୍ରୋ ସହର ମାନଙ୍କରେ ଏହି ଠକାମି ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ରାଜ୍ୟର ସମ୍ବଲପୁରରେ ଏଭଳି ଠକାମିର ସୂଚନା ମିଳିଛି ।

ସମ୍ବଲପୁରରେ ଏକ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଜଣେ ଛାତ୍ରଙ୍କ ଠାରୁ ୫ ହଜାର ଟଙ୍କା ଲୁଟ୍ କରାଯାଇଛି । ମାତ୍ର ଲୋକଲଜ୍ଜା ଭୟରେ ଛାତ୍ରଜଣକ ପୋଲିସରେ ଅଭିଯୋଗ ନକରି ଚୁପ୍ ରହିବାକୁ ବାଧ୍ୟ ହୋଇଛନ୍ତି । ପ୍ରତ୍ୟେକ ଦିନ ଅଡିଓ ଓ ଭିଡିଓ ସେକ୍ସ କଲିଂରେ ବହୁ ଲୋକ ଠକାମିର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ସାଇବର ଅପରାଧୀମାନେ ଯୁବତୀଙ୍କ ନାମରେ ମେସେଜ୍ କରିବା ସହ ପରବର୍ତ୍ତୀ ସମୟରେ ବ୍ଲାକମେଲ୍ କରିଥାନ୍ତି । ପୋଲିସ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସାଇବର ଠକଙ୍କର କାର୍ଯ୍ୟକଳାପ ଦିନକୁ ବଢ଼ି ଚାଲିଛି ।

Get real time updates directly on you device, subscribe now.