fbpx

ସିଆରପି ହତ୍ୟାକାଣ୍ଡ: ପିସିଆର୍ ଭଙ୍ଗା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଗିରଫ

ଭୁବନେଶ୍ୱର, ୭ା୩ (ଓଡିଶା ଭାସ୍କର): ଗତକାଲି ରାଜଧାନୀ ଭୁବନେଶ୍ୱରର ସିଆରପିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଗତକାଲିର ହତ୍ୟା ଅଭିଯୁକ୍ତ ଦୁଇ ଭାଇ ସୁଧିର ଓ ସାଗରଙ୍କୁ ପୋଲିସ ଗିରଫ କରିଥିଲା । ଦୁଇଜଣ ଜଟିଆଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ ।

ଜଟିଆଙ୍କ ମୃତ୍ୟୁ ପରେ ତାଙ୍କୁ ଗାଡ଼ିରେ ନେଇ ଆସୁଥିବା ବେଳେ ସ୍ଥାନୀୟ ଲୋକେ ଗାଡ଼ି ଅଟକାଇ ଦୁଇଜଣଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ୨ ଅଭିଯୁକ୍ତଙ୍କୁ ପିସିଆରରୁ ଭିଡ଼ି ଆଣି ମାଡ଼ ମାରିବା ସହ ପିସିଆର ଭ୍ୟାନ୍ ଭଙ୍ଗାରୁଜା କରିଥିଲେ । ସିସିଟିଭି ଫୁଟେଜକୁ ଆଧାର କରି ୫ ଜଣଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ବିଶୃଙ୍ଖଳା ଘଟାଇଥିବା ଅଭିଯୋଗରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.