fbpx

ବିଳମ୍ବରେ କବାଟ ଖୋଲିବାରୁ ପତ୍ନୀଙ୍କୁ ଗୁଳି କଲେ ଡିଏସପି

ଚଣ୍ଡିଗଡ,୨୦ ।୧: ପଞ୍ଜାବ ପୋଲିସରେ ସିଙ୍ଘମ ନାମରେ ଚର୍ଚ୍ଚିତ ଥିବା ଡିଏସପି ଅତୁଲ ସୋନୀଙ୍କ ବିରୋଧରେ ହତ୍ୟା ଓ ଆର୍ମସ ଆକ୍ଟ ଅନୁସାରେ ଅଭିଯୋଗ ହୋଇଛି । ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବାର ପ୍ରୟାସ କରିଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ତେବେ ଏହି ଘଟଣାଟି ଗତ ଶନିବାର ଦିନ ଘଟିଛି । ସେଦିନ ଡିଏସପି ଅତୁଳ ସୋନି ଗୋଟିଏ ପାର୍ଟି ସାରି ରାତି ୧.୩୦ରେ ଘରେ ପହଞ୍ଚିଥଲେ । କିନ୍ତୁ ତାଙ୍କର ପତ୍ନୀ ଘରର କବାଟ ବହୁ ବିଳମ୍ବରେ ଖୋଲିଥିଲେ । ଏଥିରେ ରାଗିଯାଇ ଅତୁଳ ନିଜ ପତ୍ନୀ ଉପରେ ଗୁଳି ଚଳାଇଥିଲେ ।

କିନ୍ତୁ ଭାଗ୍ୟବଶତଃ ଗୁଳିଟି ଅତୁଳଙ୍କ ପତ୍ନୀଙ୍କ ଶରୀରରେ ନବାଜି ମୁଣ୍ଡ ଉପରେ ଚାଲିଯାଇଥିଲା । ଫଳରେ ତାଙ୍କ ପତ୍ନୀଙ୍କ ଜୀବନ ବଞ୍ଚିଯାଇଥିଲା । ଗୁଳିମାଡ ପରେ ଅତୁଳଙ୍କ ପତ୍ନୀ ଥାନାରେ ତାଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ପତ୍ନୀଙ୍କୁ ଗୁଳି ମାରିବା ପରେ ଫେରାର ହୋଇଛନ୍ତି ସିଙ୍ଘମ ଡିଏସପି ଅତୁଳ ସୋନି ।

Get real time updates directly on you device, subscribe now.