ଭୁବନେଶ୍ୱର, ୧୦ା୩ (ଓଡିଶା ଭାସ୍କର): ମାର୍ଚ୍ଚ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ସମସ୍ତ କୋର୍ସ କଭର ହୋଇଯିବ । ତେଣୁ ରେଗୁଲାର କ୍ଲାସର ଆଉ ଆବଶ୍ୟକତା ନାହିଁ । ସ୍କୁଲରେ ପିଲାଙ୍କ ସଂଖ୍ୟା ଧୀରେଧୀରେ କମିବାକୁ ବସିଲାଣି । ଏପ୍ରିଲ ମାସରୁ ରିଭିଜନ କ୍ଲାସ ଆରମ୍ଭ କରାଯିବ । ରିଭିଜନ କ୍ଲାସ ବେଳେ ରବିବାର ଆଉ କ୍ଲାସ ହେବ ନାହିଁ । ରବିବାର କ୍ଲାସ ବନ୍ଦ ହେବା ଏପ୍ରିଲ ମାସରୁ ଲାଗୁ କରାଯିବ । ଏ ନେଇ ସବିଶେଷ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ସୂଚନାଯୋଗ୍ୟ ଯେ, ଖରାକୁ ଦୃଷ୍ଟିରେ ରଖି ପୂର୍ବରୁ ସକାଳୁଆ ସ୍କୁଲ ଖୋଲିଥିଲା । ସକାଳ ୭ଟାରୁ ୧୧ଟା ସ୍କୁଲ ସମୟ ନିର୍ଦ୍ଧାରଣ କରାଯାଇଥିଲା । ଏନେଇ ଅନେକ ଅଭିଭାବକ ଉଦବେଗ ପ୍ରକାଶ କରିଥିଲେ । ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ଟା ଏବଂ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା ।