fbpx

ଘରୋଇ କଲେଜରେ ପଜିଟିଭ୍ ଚିହ୍ନଟ: ସିଏମସି ପକ୍ଷରୁ ନିଆଗଲା ଏହି ନିଷ୍ପତ୍ତି

କଟକ, ୧୮ା୩ (ଓଡିଶା ଭାସ୍କର): କଟକର ଏକ ଘରୋଇ କଲେଜରୁ ୧୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ସିଏମସି ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । କଲେଜ ଓ ହଷ୍ଟେଲ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ସମସ୍ତ ଟେଷ୍ଟ ନ ସରିବା ଯାଏ କେହି ବାହାରକୁ ଯାଇ ପାରିବେନି । ଆଜି କଲେଜରୁ ୩୦ରୁ ୪୦ ପିଲାଙ୍କର ନମୂନା ସଂଗ୍ରହ କରାଯିବ । ଏନେଇ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କଟକର ଲିଙ୍ଗରୋଡ଼ର ଏକ ଘରୋଇ ଶିକ୍ଷାନୁଷ୍ଠାନର ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ଫଳରେ ସିଏମସି ପକ୍ଷରୁ ହଷ୍ଟେଲରେ ରହୁଥିବା ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଜଗତସିଂହପୁରର ଜଣେ ଛାତ୍ରୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କର ଟେଷ୍ଟ କରାଯାଇଥିଲା । ତା’ପରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା । କିଛିଦିନ ପୂର୍ବରୁ ବ୍ରହ୍ମପୁରର ଟାଟା ପାୱାର ଦକ୍ଷିଣ ଡିଷ୍ଟ୍ରିବ୍ୟୁସନ ଅଫିସରେ କିଛି କର୍ମଚାରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯିବା ସହ କାର୍ଯ୍ୟାଳୟକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇଥିଲା ।

Get real time updates directly on you device, subscribe now.