fbpx

ଲୋକସଂଖ୍ୟା ତୁଳନାରେ ଓଡ଼ିଶା ନାବାଳିକା ଦୁଷ୍କର୍ମରେ ପ୍ରଥମ: ନରସିଂହ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଜାରି ରହିଛି ଶୀତକାଳିନ ଅଧିବେଶନ । ବିଧାନସଭାରେ ସରକାର ଭୁଲ ତଥ୍ୟ ଦେଇଥିବା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟରେ ୧୦୦୫ ଜଣଙ୍କୁ ଦୁଷ୍କର୍ମ ହୋଇଥିବା କହିଥିଲେ ସରକାର । ଉତ୍ତର ପ୍ରଦେଶ ନାବାଳିକା ଦୁଷ୍କର୍ମରେ ଦେଶରେ ପ୍ରଥମ । କିନ୍ତୁ ଲୋକସଂଖ୍ୟା ତୁଳନାରେ ଓଡ଼ିଶା ନାବାଳିକା ଦୁଷ୍କର୍ମରେ ପ୍ରଥମ ବୋଲି ନରସିଂହ କହିଛନ୍ତି ।


ଉଲ୍ଲେଖଯୋଗ୍ୟ ଯେ ଆଜି ଗୃହରେ ନାବାଳିକା ଦୁଷ୍କର୍ମ ମାମଲା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତର ରଖିଥିଲେ । ସେ କହିଥିଲେ ୨୦୧୯ରେ ୬ମାସରେ ୬୦୪ ନାବାଳିକା ଦୁଷ୍କର୍ମ ଅଭିଯୋଗ ହୋଇଛି । ୨୦୧୯ ସେପ୍ଟେମ୍ବର ସୁଦ୍ଧା ୧୮୬୫ଦୁଷ୍କର୍ମ ମାମଲା ହୋଇଥିବା ସେ କହିଥିଲେ । ୨୦୧୮ରେ ରାଜ୍ୟରେ ମୋଟ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ଏହାପରେ ନରସିଂହ ମିଶ୍ର ସରକାର ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.