fbpx

ଜଷ୍ଟିସ୍ ଏନଭି ରମଣ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ, ୨୪ା୩: ଜଷ୍ଟିସ୍ ଏନଭି ରମଣ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେ । ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ ବୋବଡେ କେନ୍ଦ୍ର ସରକାରଙ୍କୁ ରମଣଙ୍କ ନାମ ସୁପାରିଶ କରିଥିବା ଜଣାପଡ଼ିଛି । ବିଚାରପତି ରମଣ ପୂର୍ବରୁ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରି ସାରିଛନ୍ତି । ସୂଚନାଯୋଗ୍ୟ ଯେ, ଏପ୍ରିଲ ମାସ ୨୩ ତାରିଖରେ ପ୍ରଧାନ ବିଚାରପତି ବୋବଡେ ଅବସର ଗ୍ରହଣ କରିବେ ।

Get real time updates directly on you device, subscribe now.