fbpx

ଓଡିଶାରେ ୩ ବ୍ରିଟେନ୍ ଷ୍ଟ୍ରେନକୁ ନେଇ କ’ଣ କହିଲେ ACS?

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): ଭାରତରେ କରୋନା ନୂଆ ଷ୍ଟ୍ରେନ୍ ବ୍ୟାପୁଥିବା ବେଳେ ଓଡିଶାରୁ ଚିହ୍ନଟ ହୋଇଛନ୍ତି ୩ । ଓଡିଶାରେ ବ୍ରିଟେନ ଷ୍ଟ୍ରେନ୍ ଚିହ୍ନଟ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ACS ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି ଯେ, ଚିହ୍ନଟ ୩ଟି ପଜିଟିଭ ମାମଲା ଡିସେମ୍ବରରେ ଆସିଥିବା ୟୁକେ ଫେରନ୍ତାଙ୍କ ଷ୍ଟ୍ରେନ୍ । ଆଇସିଏମଆର ପକ୍ଷରୁ ଜିନୋମ୍ ସିକ୍ୟୁଏନ୍ସିଂ ବେଳେ ଏକଥା ଜାଣିଥିଲୁ । ଲୋକେ ଭୟଭୀତ ହୋଇପଡିବେ ବୋଲି ପ୍ରକାଶ କରାଯାଉନଥିଲା ।’ ଲୋକେ କୌଣସି ପ୍ରକାର ଭୟଭୀତ ହୁଅନ୍ତୁନି ବୋଲି ଏସିଏସ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

ତେବେ ୧୮ଟି ରାଜ୍ୟରେ ଠାବ ହୋଇଛି ଡବଲ ମ୍ୟୁଟାଣ୍ଟା ଭାଇରସ୍ । ଏହି ଭାଇରସ ଅଧିକ ବେଗରେ ସଂକ୍ରମଣ କରିପାରେ । ନୂଆ ଷ୍ଟ୍ରେନ୍ ସମ୍ପର୍କରେ ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଯାଏ ଦେଶରେ ୭୭୧ ଜଣଙ୍କଠାରେ ବିଦେଶୀ ଷ୍ଟ୍ରେନ ଠାବ ହୋଇଛି । ୩୪ ଜଣଙ୍କଠାରେ ଦକ୍ଷିଣ ଆଫ୍ରିକୀୟ ଷ୍ଟ୍ରେନ୍ ଠାବ ହୋଇଛି । ଜଣଙ୍କର ଶରୀରରେ ବ୍ରାଜିଲ ଭାଇରସ ଷ୍ଟ୍ରେନ ଠାବ ହୋଇଛି । ବାକି ୭୩୬ ଜଣଙ୍କଠାରେ ବ୍ରିଟେନ କରୋନାର ନୂଆ ଷ୍ଟ୍ରେନ୍ ଠାବ ହୋଇଛି । ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ୍ ପଞ୍ଜାବରୁ ଚିହ୍ନଟ ହୋଇଥିବା ଉଲ୍ଲେଖ ରହିଛି । ଓଡିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ବ୍ରିଟେନ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । କିନ୍ତୁ ଓଡିଶାରେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ନାହିଁ । ଓଡିଶାରୁ ୩ ବ୍ରିଟେନ ଷ୍ଟ୍ରେନ୍ ଚିହ୍ନଟ ନେଇ କେନ୍ଦ୍ରରୁ ସୂଚନା ମିଳିଛିି । ଏନେଇ ନେସନାଲ ସେଣ୍ଟର ଫର୍ ଡିଜିଲ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.