fbpx

ମାଲକାନଗିରି ପରେ ଓଡିଶାର ଏହି ଜିଲ୍ଲାରେ ଲାଗିଲା ନାଇଟ୍ କର୍ଫ୍ୟୁ, ଜାଣନ୍ତୁ ସ୍ଥାନ ଓ ସମୟ?

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସକ୍ରଂମଣ ପୁଣି ବଢିବାରେ ଲାଗିଲାଣି । ଓଡିଶାରେ ୨ ବ୍ରିଟେନ୍ ଷ୍ଟ୍ରେନ ମଧ୍ୟ ଚିହ୍ନଟ ହୋଇ ସାରିଛି । ଏହାରି ମଧ୍ୟରେ ଆସନ୍ତାକାଲିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସେଠାରେ ନାଇଟ କର୍ଫ୍ୟୁ ଲାଗିବ । ନାଇଟ କର୍ଫ୍ୟୁ ସହ ଆଉ କିଛି କଟକଣା ଲଗାଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ।

ଏଣିକି ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ମନା ହୋଇଛି । ଜରୁରୀ ନଥିବା ସେମିନାର, ୱାର୍କସପ୍, କନଫରେନ୍ସ ବାତିଲ ହୋଇଛି । ଗହଳି ହେଉଥିବା ଧାର୍ମିକ କାର୍ଯ୍ୟକ୍ରମ, ବାହାଘର ରିସେପସନ୍ ବନ୍ଦ କରାଯାଇଛି । ବାହାଘର ବରଯାତ୍ରୀ ଶୋଭାଯାତ୍ରା, ଅପେରା ଉପରେ ରୋକ୍ ଲଗାଯାଇଛି । ରାଜନ୍ରେତିକ ଶୋଭାଯାତ୍ରା, ଆନ୍ଦୋଳନ ଉପରେ ବି ରୋକ୍ ଲଗାଯାଇଛି । କଲ୍ୟାଣ ମଣ୍ଡପରେ ଗହଳି ସମ୍ଭାବନା ଥିବାରୁ କାର୍ଯ୍ୟକ୍ରମକୁ ଅନୁମତି ନାହିଁ ।

ତେବେ ଏହା ପୁର୍ବରୁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗିସାରିଛି । ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା ହୋଇଛି । ରାତି ୯ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଲାଗୁ ରହିବ । ବଡ ଯାତ୍ରା , ହୋଲି କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ମାଲକାନଗିରି ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି । ଦୋଳ ଯାତ୍ରାରେ ମାସ୍କ ଓ ସାମାଜିକ ଦୂରତା ମାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.