fbpx

କରୋନା କବଳରେ ଭୁବନେଶ୍ୱର! କେଭି-୧ର ଜଣେ ଛାତ୍ର ପଜିଟିଭ୍

ଭୁବନେଶ୍ୱର,୨୫ ।୩(ଓଡିଶା ଭାସ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ-୧ ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଭାଇସ୍ ପ୍ରିନ୍ସିପାଲ କହିଛନ୍ତି ଯେ, ‘ ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ ଚିହ୍ନଟ ହୋଇଥିଲେ । ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ ଆସିଥିଲେ । ଲକ୍ଷଣ ଦେଖାଦେବାରୁ ଟେଷ୍ଟ କରାଯାଇଥିଲା, ଫଳରେ ତାଙ୍କର ନମୁନା ପଜିଟିଭ୍ ଆସିଥିଲା । ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି, ଆବଶ୍ୟକ ପଦକ୍ଷେପ ନିଆଯିବ । ଆଜି ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କ ନମୁନା ପରିକ୍ଷା କରିବ ବିଏମସି ।’

Get real time updates directly on you device, subscribe now.