fbpx

ରାଶିଫଳ (ଶୁକ୍ରବାର ,୨୬ ମାର୍ଚ୍ଚ ,୨୦୨୧)

ମେଷ : ଉତ୍ସାହ ଉଦ୍ଦିପନା ସଫଳତା ସହିତ ପାରିବାରିକ ଶାନ୍ତି ବଜାୟ ରହିବ । ମନ ଅଶାନ୍ତ ରହିବ । ପରିବାର ସଦସ୍ୟଙ୍କ ସହ ମତାନ୍ତର ରହିବ । ପେଟ ଜନିତ ବ୍ୟଥା ଏବଂ ସ୍ନାୟୁଗତ ଦୁର୍ବଳତା ସହିତ ଟଙ୍କାର ଅଭାବ ରହିବ ।

ବୃଷ : ପୂର୍ବ ସ୍ଥିତିରେ ସୁଧାର ଆସିବ । କୌଣସି ସହାୟତା ମିଳିବ । କିନ୍ତୁ ଅଭାବ ଲାଗିରହିବ । ପାରାଙ୍କୁ ଖାଇବାକୁ ଦିଅନ୍ତୁ, ସମୟ ଏବଂ ପରିସ୍ଥିତି ଆପଣଙ୍କର ବିପକ୍ଷରେ ଯିବ । ପାରିବାରିକ ସମ୍ପର୍କରେ ତିକ୍ତତା ମିଳିବ, ନିଜ ପାଖପଡୋସିଙ୍କର ସହଯୋଗ ମିଳିବ ।

ମିଥୁନ : ଟଙ୍କାପଇସାର ଅଭାବ ରହିବ । କିନ୍ତୁ କିଛି ନୂଆ କାମର ସନ୍ଧାନ ମିଳିବ । ପ୍ରାପ୍ତ ବୟସ ପିଲାଙ୍କର ବିବାହର ସମ୍ଭାବନା ସୃଷ୍ଟି ହେବ । କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ ।

କର୍କଟ : ନିଜର ବାହାନଜନିତ ଭୟ ରହିଛି ସତର୍କ ରହିବେ । ମହିଳାମାନେ ରୋଷେଇ କଲାବେଳେ ଏବଂ ପାରିବାରିକ ଜୀବନରେ ସତର୍କତା ରୁହନ୍ତୁ । ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହି ଅପମାନିତ ହେବେ ।

ସିଂହ : ପିଲାମାନଙ୍କର ଉଚ୍ଚ ଶିକ୍ଷାରେ ରୁଚି ବଢିବ ଏବଂ ମାନସିକ ଶାନ୍ତି ବଢିବ । ସ୍ନାନପରେ ବିଷ୍ଣୁ ଭଗବାନଙ୍କୁ ସ୍ମରଣକରି ଦେବଦାରୁ ବୃକ୍ଷମୂଳରେ ଜଳ ଦିଅନ୍ତୁ କଲ୍ୟାଣକାରୀ ହେବ, କୌଣସି ଦ୍ରବ୍ୟ ଲାଭ, ବାଦବିବାଦରେ କିମ୍ବା କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା : ଭୂମି କ୍ରୟ କିମ୍ବା ନୂତନ ଗୃହ ନିର୍ମାଣ କରିବେ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମୋନ୍ନତି ଏବଂ ପଦପଦବୀ ଲାଭ ହେବ । ଆର୍ôଥକ ସମୃଦ୍ଧି, ଯଶ ଓ ପଦମର୍ଯ୍ୟାଦା ବୃଦ୍ଧି, ବିଳାସ ଦ୍ରବ୍ୟ ଲାଭ ସୂଚନା ରହିବ । ସନ୍ତାନବର୍ଗରେ ଶୁଭଫଳ ପାଇବେ ।

ତୁଳା : କୌଣସି ପ୍ରକାରେ ଆର୍ôଥକ ଅଭିବୃଦ୍ଧି, ଠିକାଦାରି କିମ୍ବା ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ୱିତ ହେବେ । ପାରିବାରିକ ଶାନ୍ତି ମିଳିବ । ଅସହାୟକୁ ସେବା କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ସମୟ ସାଥ୍ ଦେବ ।

ବିଛା : ମାନସିକ ଅଶାନ୍ତି ବୃଦ୍ଧି ହେବ । ଆର୍ôଥକ ଅଭାବ ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ମିଳିବ । କର୍ମକ୍ଷେତ୍ରରେ କର୍ମଚାପ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚିନ୍ତା ବଢିବ । କୌଣସି ଯୋଜନାରେ ଅସଫଳ ହେବେ । ଆର୍ôଥକ ଦୁର୍ବଳତା ପରିଲିକ୍ଷିତ ହେବ ।

ଧନୁ : ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଲାଭ ବୃଦ୍ଧି ହେବ । ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ସୃଷ୍ଟି ହେବ । ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ । ଅଚାନକ ମନସ୍ତାପ ବଢିବ ।

ମକର : ଅଚାନକ ସୁ-ଖବର ପ୍ରାପ୍ତ ହେବ । କୌଣସି ବ୍ୟାବସାୟିକ ଯୋଜନାରେ ସଫଳ ହେବେ । ବନ୍ଧୁପରିଜନରେ ସାହାଯ୍ୟ ମିଳିବ । ଯାହା ଉଦ୍ୟମ କରିବେ ସିଦ୍ଧି ହେବ । କର୍ମଗତ ଶୁଭଫଳ ପାଇବେ । ସ୍ୱାସ୍ଥ୍ୟଗତ ଅସୁବିଧା ରହିବ । ଦୂରଯାତ୍ରା କରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ ।

କୁମ୍ଭ : ଜୀବନସାଥି ସହ ମତାନ୍ତର ହେବ । ଧନ ମାନ ସମ୍ମାନ କ୍ଷେତ୍ରରେ କମି ପରିଲିକ୍ଷିତ ହେବ । ମନ ଦୁର୍ବଳ ରହିବ । କର୍ମଚାପ କିଛି କିଛି ରହିବ କିନ୍ତୁ ଆଥିକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୂରଣ ହେବ । ମନ ଶାନ୍ତ ରହିବ ମାତ୍ର ରାଜଦଣ୍ଡର ସୂଚନା ରହିବ ।

ମୀନ : ଜମିବାଡି ସଂକ୍ରାନ୍ତୀୟ କିମ୍ବା ମାତୃବର୍ଗରେ କିମ୍ବା ଯାନବାହାନଜନିତ କ୍ଷୟକ୍ଷତି ରହିବ । ତେଣୁ ଆଜି ସତର୍କ ରହିବେ । ଜୀବନସାଥିଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ହେବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ରହିବ । କର୍ମକ୍ଷେତ୍ରରେ କିଛି ଭୁଲ ନିଷ୍ପତ୍ତି ନେଇ ପଶ୍ଚାତାପ କରିବେ ।

Get real time updates directly on you device, subscribe now.