fbpx

ଇରଫାନ ପଠାଣ ସମେତ ମହିଳା କ୍ରିକେଟର ହରମନପ୍ରୀତଙ୍କୁ କରୋନା

ନୂଆଦିଲ୍ଲୀ,୩୦ ।୩ : ଦେଶରେ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । ବଡ଼ ଭାଇ ୟୁସୁଫ ପଠାଣଙ୍କ ପରେ ଏବେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇରଫାନ୍ ପଠାଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ହୋଇଥିବା ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଇରଫାନ୍ ପଠାଣ । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । କିନ୍ତୁ ଟେଷ୍ଟରେ ପଜିଟିଭ୍ ଆସିଛି । ସେ ଘରେ ହୋମ୍ ଆଇସୋଲେସନରେ ଅଛନ୍ତି । ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଇବା ଲାଗି ସେ ଅନୁରୋଧ କରିଛନ୍ତି । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଲାଗି ସେ ନିବେଦନ କରିଛନ୍ତି ।

ଏହା ସହ ଭାରତୀୟ ମହିଳା କ୍ରିକେଟର ହରମନପ୍ରୀତ କୌର ମଧ୍ୟ କରୋନା ପଜିଟିଭ ହୋଇଛନ୍ତି । ସାମାନ୍ୟ ଲକ୍ଷଣ ଦେଖାଦେବାକୁ ହରମନପ୍ରୀତ ଏବେ ପୃଥକବାସରେ ଅଛନ୍ତି । ତେବେ ଭାରତୀୟ ମହିଳା ଟି-ଟ୍ୱେଣ୍ଟି ଦଳର ଅଧିନାୟିକା ହେଉଛନ୍ତି ହରମନପ୍ରୀତ କୌର ।

Get real time updates directly on you device, subscribe now.