fbpx

ନୃଶଂସତାର ସୀମା ଟପିଲା: ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହାଣିଲା ସ୍ୱାମୀ

ଢେଙ୍କାନାଳ, ୨ା୪ (ଓଡିଶା ଭାସ୍କର): ଢେଙ୍କାନାଳରେ ଜିଲ୍ଲାରେ ଜଣେ ଯୁବକଙ୍କର ନୃଶଂସତାର ସୀମା ଟପିଛି । ପ୍ରାଣବନ୍ଧୁ ରାଉତ ନାମକ ଜଣେ ଯୁବକ ନିଜର ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହାଣିଛନ୍ତି । ତାଙ୍କର ଫାର୍ସା ଚୋଟରେ ଦୁଇ ଝିଅ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଦୁଇ ନାବାଳିକାଙ୍କୁ ଢେଙ୍କାନାଳ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ସଙ୍କଟାପନ୍ନ ଅବସ୍ଥାରେ ସ୍ତ୍ରୀ ମୀନାକ୍ଷୀ ରାଉତଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତ ପ୍ରାଣବନ୍ଧୁକୁ ଘରେ ଅଟକ ରଖିଥିବା ଜଣାପଡ଼ିଛି । ତେବେ ତିନିଜଣଙ୍କୁ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.