fbpx

ସଂସଦରୁ ୨ କଂଗ୍ରେସ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ଲୋକସଭାରେ ପହଞ୍ଚିଛି । ବିଜେପିର କ୍ଷମତା ଦାଖଲ କରିଥିବା ଘଟଣାକୁ ବିରୋଧ କରି ଲୋକସଭାରେ ପୋଷ୍ଟର ସହ ହୋହାଲ୍ଲା କରୁଥିବା କେରଳର ଦୁଇ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ୍ ବୁର୍ଲା । ନିଲମ୍ବିତ ହୋଇଥିବା ୨ କଂଗ୍ରେସ ସାଂସଦ ହେଉଛନ୍ତି ଟିଏନ ପ୍ରତାପନ ଓ ହିବୀ ଇଡେନ୍ ।

ତେବେ ଆଜି ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସାଂସଦ ହଙ୍ଗାମା କରିଥିଲେ । କଂଗ୍ରେସର ସାଂସଦ ଟିଏନ ଓ ହିବୀ ପୋଷ୍ଟର, ବ୍ୟାନର ଧରି ଲୋକସଭାରେ ହୋହାଲ୍ଲା ଆରମ୍ଭ କରିଥିଲେ । ବାଚସ୍ପତିଙ୍କ ମନା କରିବା ସତ୍ୱେ ଏହି ଦୁଇ ସାଂସଦ ମାନିନଥିଲେ । ଏନେଇ ଗୃହକୁ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସହ କଂଗ୍ରେସର୨ ସାଂସଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବାଚସ୍ପତି ।

Get real time updates directly on you device, subscribe now.