fbpx

ପିପିଲି ଉପନିର୍ବାଚନ: ଆସିଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା, ଜାଣନ୍ତୁ କିଏ?

ପିପିଲି,୨ ।୪(ଓଡିଶା ଭାସ୍କର) : ପିପିଲି ଉପନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇଛି । ଏଥିପାଇଁ ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିସାରିଛି । ଏହାରି ମଧ୍ୟରେ ପିପିଲି ପାଇଁ ଆଜି ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେଡି ।

ଷ୍ଟାର ପ୍ରଚାରକ ତାଲିକାରେ ନମ୍ବର ୱାନ୍ ପ୍ରଚାରକ ହେଉଛନ୍ତି ବିଜେଡି ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଲିକାରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡା, ନବ ଦାସ, ଚନ୍ଦ୍ରସାରଥୀ ବେହେରା, ସ୍ନେହାଙ୍ଗୀନ ଛୁରିଆ, ବ୍ୟୋମକେଶ ରାୟ, ସୁଶାନ୍ତ ସିଂ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ଦେବୀ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା, ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକଙ୍କ ନାମ ରହିଛି । କିନ୍ତୁ ଷ୍ଟାର ପ୍ରଚାରକ ତାଲିକାରେ ଅନୁଭବ ମହାନ୍ତିଙ୍କ ନାଁ ନାହିଁ ।

Get real time updates directly on you device, subscribe now.