fbpx

ବାଣ କାରଖାନାରେ ବିସ୍ଫୋରଣ ;୫ ଶ୍ରମିକ ମୃତ

ଉତ୍ତରପ୍ରଦେଶ | (ଓଡିଶା ଭାସ୍କର) :  ବାଣ ବିସ୍ଫୋରଣରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳ ୪ ଜଣ ଗୁରୁତ୍ତ୍ୱର ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ବିଜନୋର ଅଂଚଳରେ ଥିବା ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଛି । ସୂଚନା ଅନୁସାରେ ଆଜି ଦ୍ୱିପ୍ରହର ସମୟରେ ହଠାତ୍ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା । ବାରୁଦରେ ନିଆଁ ଲାଗିବା ଫଳରେ ଏଭଳି ଘଟିଥିବା କୁହାଯାଉଛି । ବିସ୍ଫୋରଣରେ କାରଖାନାର ଗୋଟିଏ ପାଖ ସମ୍ପୂର୍ଣ୍ଣ ଜଳିଯାଇ ଥିବା ବେଳେ କାରଖାନାଟି ବାହର ପାଖରୁ ତାଲା ପଡ଼ିଥିଲା । ଅନୁମାନ କରାଯାଏ ବେଆଇନ ଭାବେ ଏଠି ବାଣ କାମ କରାଯାଉଥିଲା । ଏଥିରେ ପ୍ରାୟ ୯ ଜଣ ଶ୍ରମିକ କାମ କରୁଥିଲେ । ଆହତ ହୋଇଥିବା ଶ୍ରମିକଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବାଣ କାରଖାନାର ମାଲିତ ୟୁସୁଫ୍ ଙ୍କୁ ଗିରଫ କରାଯାଇଥିବା ବିଜନୋର ଏସପି ଡ଼.ଧର୍ମବୀର ସିଂ କହିଛନ୍ତି ।

Get real time updates directly on you device, subscribe now.