fbpx

କେମିତି ଜିତିବ ଭାରତ କରୋନା ଯୁଦ୍ଧ, ଗୋଟିଏ ସପ୍ତାହ ମଧ୍ୟରେ ସରିଯିବ ସମସ୍ତ ଷ୍ଟକ୍ ଭ୍ୟାକ୍ସିନ

ନୂଆଦିଲ୍ଲୀ, ୯ା୪: କରୋନାର ଦ୍ୱିତୀୟ ଲହରୀ ସମଗ୍ର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି । ତେବେ ପ୍ରଥମ ଲହରୀ ଅପେକ୍ଷା ଦ୍ୱିତୀୟ ଲହରୀ ଭୟଙ୍କର ବୋଲି ବୁଦ୍ଧିଜୀବୀମାନେ ମତ ଦେଲେଣି । ଆଉ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଦେଶର ସମସ୍ତ ଷ୍ଟକ୍ ଭ୍ୟାକ୍ସିନ୍ ସରିଯିବ । ଏହି ପରିପ୍ରେକ୍ଷୀରେ ଭାରତର କରୋନା ଲଢ଼େଇ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଟିକାକରଣକୁ ବନ୍ଦ କରିବାକୁ ଚେତାବନୀ ଦେଇ ସାରିଲେଣି ।

ସମଗ୍ର ଦେଶରେ ଏପ୍ରିଲ ମାସରେ ଦୈନିକ ଟିକାକରଣ ହାର ପ୍ରାୟ ୩.୬ ମିଲିୟନ ଡୋଜ ରହିଛି । ମୋଟ ଷ୍ଟକ ୧୯.୬ ମିଲିୟନ ରହିଥିବା ବେଳେ ତାହା ଅଗ।ମୀ ୫ ଦିନ ପର୍ଯ୍ୟନ୍ତ ଚାଲି ପାରିବ । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ସରକାର ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ଏଭଳି ସ୍ଥିତିରେ ଆଗକୁ କ’ଣ ଘଟିବ, ତାହା ଅନୁମାନ କରିବା କଷ୍ଟକର ଅଟେ ।

Get real time updates directly on you device, subscribe now.