fbpx

ଛତିଶଗଡକୁ ବସ୍ ଚଳାଚଳ ହେବ ବନ୍ଦ

ଭୁବନେଶ୍ୱର, ୧୦ା୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ରାଜ୍ୟରେ କ୍ରମାଗତ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଛତିଶଗଡକୁ ବସ୍ ଚଳାଚଳ ବନ୍ଦ କରିବା ନେଇ ତତ୍ପରତା ପ୍ରକାଶ ପାଇଛି । କାରଣ ଛତିଶଗଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ମାତ୍ରାରେ ବଢ଼ିବାରେ ଲାଗିଛି । ସେଠାରେ ସଂକ୍ରମଣରେ ରୋକ ଲାଗିବାର ନାଁ ଧରୁନି । ତେଣୁ ଏହାକୁ ନଜରରେ ରଖି ଛତିଶଗଡକୁ ବସ୍ ଚଳାଚଳ ବନ୍ଦ କରିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଚିଠି ଲେଖିଛନ୍ତି । ଏହା ଉପରେ ପୁରା ତର୍ଜମା କରାଯିବା ପରେ ନିଷ୍ପତି ନିଆଯିବ । ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ଏନେଇ ଏସଓପି ଜାରି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ସେ ଏନେଇ ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି ଯେ, ଓଡିଶା ଛତିଶଗଡ ସୀମାନ୍ତ ଚେକିଂ ପଏଣ୍ଟରେ ଯାଞ୍ଚ କରାଯିବ । ବଢୁଥିବା ସଂକ୍ରମଣ ଭିତରେ ସାଧାରଣ ବସରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କଟକଣା କରାଯିବ ସେନେଇ ଆଲୋଚନା କରାଯିବ ।

Get real time updates directly on you device, subscribe now.