fbpx

ଓଡିଶାର ଆଉ ୪ଟି ସିନେମା ହଲ୍ ସିଲ୍, ଜାଣନ୍ତୁ କେଉଁଠି?

ପାରଳାଖେମୁଣ୍ଡି,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟର ଆଉ ୪ଟି ସିନେମା ହଲକୁ ସିଲ୍ କରିଛି ପ୍ରଶାସନ । କରୋନା ନିୟମ ଉଲ୍ଲଂଘନ ନେଇ ସିନେମା ହଲ ସିଲ ହୋଇଥିବା ଜଣାପଡିଛି । ପାରଳାଖେମୁଣ୍ଡି ସହରରେ ଥିବା ଜୟା, ଲକ୍ଷ୍ମୀ, ନଟରାଜ ଓ କ୍ରୀଷ୍ଣା ହଲ୍ ସିଲ୍ ହୋଇଥିବା ସୂଚନା ମିଳିଛି । ହଲକୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ହୋଇଛି । ଯାଞ୍ଚ ବେଳେ ଆବଶ୍ୟକ ଅନୁମତି ପତ୍ର ବା କାଗଜପତ୍ର ନଥିବା ଯୋଗୁଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିନେମା ହଲକୁ ସିଲ୍ କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ତହସିଲଦାର ।

ଏହା ପୂର୍ବରୁ ରାୟଗଡ଼ା ସହରରେ ଥିବା ଅଶୋକ ସିନେମା ହଲ୍ ସିଲ ହୋଇଥିଲା । କୋଭିଡ଼୍ ନିୟମ ଉଲଘଂନ ଅଭିଯୋଗରେ ହଲକୁ ସିଲ୍ କରାଯାଇଥିଲା । ରାୟଗଡ଼ା ଜିଲ୍ଲାପାଳ ଏବଂ ଏସପିଙ୍କ ଦ୍ୱାରା ଚଢାଉ କରାଯାଇ ସିନେମା ହଲ୍ ସିଲ୍ ହୋଇଥିଲା ।

Get real time updates directly on you device, subscribe now.