fbpx

ଗୁଗୁଲ ପେ’ରେ ୫୦ ହଜାର ସଫା: ସାଇବର ଠକେଇରେ ଅବସରପ୍ରାପ୍ତ ଯବାନ ଶିକାର

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଅବସରପ୍ରାପ୍ତ ଯବାନ ସାଇବର ଲୁଟର ଶିକାର ହୋଇଛନ୍ତି । ଯବାନଙ୍କ ଆକାଉଣ୍ଟରୁ ପ୍ରାୟ ୫୦ ହଜାର ଟଙ୍କା ଲୁଟିନେଇଛନ୍ତି ସାଇବର ଲୁଟେରା । ଗୁଗୁଲ ପେ’ରେ ଘରଭଡା ଦେବାକୁ ଯାଇ ସେ ଲୁଟର ଶିକାର ହୋଇଛନ୍ତି । ଏନେଇ ସମ୍ପୃକ୍ତ ଯବାନ ଜଣକ ସାଇବର ସେଲରେ ଅଭିଯୋଗ କରିଛନ୍ତି । ଯବାନଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.