fbpx

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୧୨ ଟି ସହରରେ ଜାରିରହିବ ଲକ୍-ଡାଉନ୍

ଇନ୍ଦୋର,୧୦ ।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହରୀ ଜାରି ରହିଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶର ଶିବରାଜ ସରକାର ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ସରକାର ୧୨ଟି ସଂକ୍ରମିତ ସହରରେ ଲକଡାଉନ୍ ଅବଧି ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଇନ୍ଦୋର ଓ ଉଜ୍ଜୌନରେ ୧୯ ଏପ୍ରିଲ ପର୍ଯ୍ୟନ୍ତ ଓ ଜବଲପୁରରେ ୨୨ ଏପ୍ରିଲ ପର୍ଯ୍ୟନ୍ତ ନିଷେଧାଦେଶ ରହିବ ।

ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଶନିବାର ଦିନ ସମସ୍ତ ଜିଲ୍ଲା ପ୍ରଶାସକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିଥିଲେ । ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଅନେକ ସହରରେ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି । କିନ୍ତୁ ବାକି ସମସ୍ତ ସହରରେ ସାପ୍ତାହିକ ଲକଡାଉନ୍ ରହିବ ।

ସରକାର ନିଷ୍ପତ୍ତି ନେଇଛନ୍ତି ଯେ ବଡୱାନି, ରାଜଗଡ, ବିଦିଶା ଜିଲ୍ଲାର ସମସ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏପ୍ରିଲ ୧୯ ପର୍ଯ୍ୟନ୍ତ ଲକଡାଉନ୍ ରହିବ । ଏହା ବ୍ୟତୀତ ବାଲାଘାଟ, ନରସିଂହପୁର, ସେୱନି ଜିଲ୍ଲାର ସମସ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ୨୨ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ୍ ରହିବ । ଅନ୍ୟପକ୍ଷରେ ଇନ୍ଦୋର, ରାଓ ନାଗର, ମହୁ ନାଗର, ଶାଜାପୁର ସହର ଏବଂ ଉଜ୍ଜୌନ ଭଳି ସହରଗୁଡ଼ିକରେ ଏପ୍ରିଲ ୧୯ ପର୍ଯ୍ୟନ୍ତ ଲକଡାଉନ୍ ସମୟ ଅବଧିକୁ ବୃଦ୍ଧି କରିଛନ୍ତି ସରକାର ।

ତେବେ ସକ୍ରିୟ ମାମଲା ଦୃଷ୍ଟିରୁ ମଧ୍ୟପ୍ରଦେଶ ଦେଶରେ ୬ ନମ୍ବରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪,୯୮୬ ଟି ନୂଆ ମାମଲା ହୋଇଛି ଏବଂ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ୧୦ ଦିନ ମଧ୍ୟରେ ସମସ୍ତ ମାମଲା ଦ୍ୱିଗୁଣିତ ହୋଇଛି ।

Get real time updates directly on you device, subscribe now.