fbpx

ବାଲେଶ୍ୱର ଗସ୍ତରେ ୩ ସଚିବ, ପ୍ରକଳ୍ପର କରିବେ ସମୀକ୍ଷା

ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ଆଜି ରାଜ୍ୟର ୩ ଜଣ ସଚିବ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ୍, ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ପ୍ରମୁଖ ବାଲେଶ୍ୱର ଗସ୍ତ କରିଛନ୍ତି । ବାଲେଶ୍ୱରରେ ପହଞ୍ଚିବା ପରେ ବିଭିନ୍ନ ମେଗା ପ୍ରକଳ୍ପର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଫକୀର ମୋହନ ମେଡିକାଲ କଲେଜ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ କୋଭିଡି ସ୍ଥିତିର ସମୀକ୍ଷା କରିବେ । ଏଥିସହ ଆଇଟିଆଇ ଛକରୁ ତାମୁଳିଆ ଓଭରବ୍ରିଜ୍ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମୀକ୍ଷା, ୧୪ କୋଟି ବ୍ୟୟରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରିବେ ବୋଲି ଜଣାପଡ଼ିଛି । ଏହି ଗସ୍ତକୁ ନେଇ ଜିଲ୍ଲାର ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।

Get real time updates directly on you device, subscribe now.