fbpx

ରିଲିଜ୍ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଆଧାରିତ ଫିଲ୍ମ “ନ୍ୟାୟ ଦ ଜଷ୍ଟିସ”ର ଟିଜର

ନୂଆଦିଲ୍ଲୀ, ୧୩ା୪ (ଓଡିଶା ଭାସ୍କର) : ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମର ଟିଜର୍ ରିଲିଜ୍ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନଥିବା ବେଳେ ତାଙ୍କ କାହାଣୀ ଉପରେ ଆଧାରିତ ଫିଲ୍ମ “ନ୍ୟାୟ ଦ ଜଷ୍ଟିସ”ର ଟିଜର ଏବେ ମୁକ୍ତିଲାଭ କରିଛି । ୫୮ ସେକେଣ୍ଡର ଏହି ଟିଜର୍ ମନେପକାଇ ଦେଇଛି ଯେ, କିପରି ତାଙ୍କର ହଠାତ୍ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ସହ ଜଡିତ ଥିବା କିଛି ଅଭୁଲା କଥା । ଫିଲ୍ମଟି ଜୁନ୍ ୧୧ ତାରିଖରେ ରିଲିଜ୍ ହେବ ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ଏହି ଫିଲ୍କକୁ ଜୁନ୍ ୧୧ ରେ ରିଲିଜ୍ କରାଯିବ । ଫିିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦିଲ୍ଲିପ୍ ଗୁଲାଟି । ଏଥିରେ ସୁଶାନ୍ତଙ୍କ ଭୁମିକାରେ ନଜର ଆସିବେ ଜୁବେର୍ ଖାନ୍ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଭୂମିକାରେ ନଜର ଆସିବେ ଶ୍ରେୟା ଶୁକ୍ଲା । ଏହା ବ୍ୟତୀତ ଇଡି ମୁଖ୍ୟ ଭାବରେ ନଜର ଆସିବେ ଅମନ୍ ବର୍ମା, ଏନସିବି ମୁଖ୍ୟ ଭାବରେ ଶକ୍ତି କପୁର, ମୁମ୍ବାଇ ପୋଲି୍ସ କମିଶନର ଭାବରେ ଆନନ୍ଦ ଜଗ୍, ସେଲିବ୍ରିଟି ମ୍ୟାନେଜର୍ ଭାବରେ ସୋମି ଖାନ୍, ସିବିଆଇ ଚିଫ୍ ଭାବେ ସୁଦ୍ଧା ଚନ୍ଦ୍ରନ୍ ନଜର ଆସିବେ । ବିକାଶ ପ୍ରଡକ୍ସନ୍ ର ନିର୍ମିତ ଫିଲ୍ମ ନ୍ୟାୟ ଦ ଜଷ୍ଟିସ ଆଜି ଫିଲ୍ମର ପୋଷ୍ଟର ଏବଂ ଟିଜର ଆଉଟ କରିଛି । ଫିଲ୍ମର କାହାଣୀ ସୁଶାନ୍ତଙ୍କ ମୃତ୍ୟୁ କିପରି ହେଲା ସେହି ସମାନ ପ୍ରଶ୍ନକୁ ନେଇ ଆଧାରିତ । ଟିଜରର ଆରମ୍ଭ ଫେମସ ଅଭିନେତା ମହିନ୍ଦର ସିଂ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ବ୍ରେକିଙ୍ଗ ଖବରରୁ ଆରମ୍ଭ ହୋଇଛି ।

ଫିଲ୍ମର ନିର୍ଦ୍ଦେଶକ ଦିଲ୍ଲିପ ଗୁଲାଟି କହିଛନ୍ତି, “ସୁଶାନ୍ତଙ୍କ ମୃତ୍ୟୁ ଖବର ମୋତେ ବହୁତ ଆଶ୍ଚର୍ୟ୍ୟ କରିଦେଇଥିଲା । ଯଦିଓ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣେ ନାହିଁ, ଆମେ ସମସ୍ତେ ତାଙ୍କ ପାଇଁ ଅନୁଭବ କଲୁ ଯେପରି କେହି ନିଜର ଲୋକ ଆମକୁ ଛାଡି ଚାଲିଗଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଆମେ ଦର୍ଶକମାନଙ୍କ ମଧ୍ୟରେ ଏକ ବାର୍ତ୍ତା ପଠାଇବାକୁ ଚାହୁଁଛୁ ଯେ ତୁମର ଜୀବନ ନେବା ଠିକ୍ ଜିନିଷ ନୁହେଁ, ସର୍ବଦା ଅନ୍ୟ ଏକ ବିକଳ୍ପ ଅଛି । ଏହି ଚଳଚ୍ଚିତ୍ରଟି ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି” ।

 

Get real time updates directly on you device, subscribe now.