fbpx

ବାତିଲ୍ ହୋଇପାରେ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ, ୧୪ା୪: ସମଗ୍ର ଦେଶରେ ପୁଣି କରୋନାର ପ୍ରକୋପ ବଢ଼ିବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ, ଆସନ୍ତା ମେ ମାସ ୪ ତାରିଖରେ ପରୀକ୍ଷା ଆରମ୍ଭ ହେବାର ଥିଲା । ମାତ୍ର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଓ ସିବିଏସଇ ବୋର୍ଡ ବାର୍ଷିକ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଏହି ରାଜ୍ୟମାନଙ୍କରେ ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ । ଏଥିସହ ସ୍କୁଲ ଓ କଲେଜ ମଧ୍ୟ ବନ୍ଦ କରାଯାଇଛି । ଓଡ଼ିଶାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ପରିଚାଳନା କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ରାଜ୍ୟରେ ମାଟ୍ରିକ ପରୀକ୍ଷା ମେ ୩ରୁ ହେବାକୁ ଥିବାବେଳେ ଯୁକ୍ତ ଦୁଇ ପରୀକ୍ଷା ମେ ୧୮ରୁ ଆରମ୍ଭ ହେବ ବୋଲି ପୂର୍ବରୁ ସ୍ଥିରୀକୃତ ହୋଇଛି ।

Get real time updates directly on you device, subscribe now.