fbpx

ଛାତ୍ରଛାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି: ସ୍ଥଗିତ ହେଲା ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ, ୧୭ା୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ସମସ୍ତ ବୋର୍ଡ ପରୀକ୍ଷାକୁ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ରାଜ୍ୟର ସମସ୍ତ ସଂସ୍କୃତ, ମଦ୍ରାସା ବୋର୍ଡ ପରୀକ୍ଷା ସ୍ଥଗିତ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଏତଦବ୍ୟତୀତ ଯୋଗୀ ସରକାର କରୋନା କାଳରେ ରାଜ୍ୟର ଗରିବ, ଅସହାୟ ଓ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ପୂର୍ବରୁ ନିର୍ମାଣ ଶ୍ରମିକ, ବାସହରା, ଗରିବ ଶ୍ରେଣୀର ଲୋକଙ୍କ ଭତ୍ତା ଓ ରାଶନ ସାମଗ୍ରୀ ଯୋଗାଇ ଦେଇଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଭିନ୍ନ ରାଜ୍ୟରେ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଛି । ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସି ପରୀକ୍ଷା ଦେବା ଫଳରେ ସଂକ୍ରମଣ ଆଶଙ୍କା ରହିଥିବାରୁ ବିଭିନ୍ନ ରାଜ୍ୟ ସରକାର ବୋର୍ଡ ପରୀକ୍ଷା ନେଇ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.