fbpx

ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ଭୁବନେଶ୍ୱର ୧୭ ।୪ (ଓଡିଶା ଭାସ୍କର) : ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ଆସନ୍ତା ୨୦ ତାରିଖ ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ରଥ ଟଣା ଯିବ । କୋଭିଡ୍ କଟକଣା ନିୟମ ମାନି ରଥ ଯାତ୍ରା ହେବା ବୋଲି ସେବାୟତ ସହମତି ପ୍ରକାଶ କରିଛନ୍ତି । ରୁକୁଣା ଯାତ୍ରା ଚାଲିଥିବା ସମୟରେ ରଥ ଓ ଠାକୁରଙ୍କ ନୀତିକାନ୍ତି ପାଇଁ ନିୟୋଜିତ ହେବାକୁ ଥିବା ପାଳିଆ ସେବାୟତଗଣ ନିଜର କୋଭିଡ୍ ଟେଷ୍ଟ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ସମସ୍ତ ପୂଜାବିଧି ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ । ଦିନ ସାଢ଼େ ଗୋଟାଏ ସୁଦ୍ଧା ପହଣ୍ଡି ସାରି ଠାକୁର ରଥାରୁଢ଼ ହେବେ । ରଥରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ୟ୍ୟ ଦେଢ଼ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ । ସାଢ଼େ ୩ଟାରେ ରଥ ମାଉସୀ ମା’ ଅଭିମୁଖେ ଯାତ୍ରା କରିବ । ରାମେଶ୍ୱର ମନ୍ଦିରରେ ରଥ ୭ଟାରୁ ସାଢ଼େ ୭ଟାରେ ମଧ୍ୟରେ ଲାଗିବ । ସେହିପରି ଶନିବାର ୨୪ ତାରିଖରେ ପ୍ରଭୁ ଲିଙ୍ଗରାଜଙ୍କ ବାହୁଡା ଯାତ୍ରାର ପୂଜାବିଧି ସମ୍ପନ୍ନ ହୋଇ ଦିନ ୧୨ଟା ରୁ ଗୋଟାଏ ୩୦ ମିନିଟ୍ ମଧ୍ୟରେ ଅଧରପଣା ନୀତି ସମାପିତ ହେବ । ଏହାସହ ଅପରାହ୍ନ ୩ଟା ୩୦ ମିନିଟରେ ବାହୁଡା ରଥଟଣା ଆରମ୍ଭ ହେବା ନେଇ ପ୍ରାଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.