fbpx

ହଟିଲା ସମସ୍ତ ନିୟମ: ଏଲପିଜି ଗ୍ୟାସ୍ କନେକ୍ସନ ପାଇଁ ଆଜି କରନ୍ତୁ ଆବେଦନ

ନୂଆଦିଲ୍ଲୀ, ୧୭ା୪: ଯଦି ଆପଣ ଏଲପିଜି ଗ୍ୟାସ୍ ପାଇଁ ଆବେଦନ କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ଅଏଲ ତରଫରୁ ଏନେଇ ପୂର୍ବରୁ ରହିଥିବା ସମସ୍ତ ନିୟମକୁ କୋହଳ କରାଯାଇଛି । ଏପରିକି ଆପଣ ବିନା ଆଡ୍ରେସ୍ ପ୍ରୁଫରେ ବି ଗ୍ୟାସ କନେକ୍ସନ ନେଇପାରିବେ । ପୂର୍ବରୁ ଯେଉଁମାନଙ୍କ ପାଖରେ ଆଡ୍ରେସ ପ୍ରୁଫ୍ ନଥିଲା ସେମାନେ ଗ୍ୟାସ ପାଇବାରୁ ବଞ୍ଚିତ ହେଉଥିଲେ ।

ତେବେ ବର୍ତ୍ତମାନ ବିନା ଆଡ୍ରେସ ପ୍ରୁଫରେ ଗ୍ୟାସ ପାଇଁ ଆବେଦନ କରିହେବ ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଦେଶରେ ୧ କୋଟିରୁ ଅଧିକ ଲୋକଙ୍କୁ ଏଲପିଜି କନେକ୍ସନ ଦିଆଯିବ । ଗରିବ ପରିବାର ଏଥିରେ ଉପକୃତ ହେବା ସରକାରଙ୍କର ମୁଖ୍ୟ ଲକ୍ଷ୍ୟ । ଏହାଛଡ଼ା ଲୋକମାନେ ନିଜ ପାଖ ପଡ଼ିଶାର ୩ ଡିଲରଙ୍କ ଠାରୁ ଗୋଟିଏ ରିଫିଲ ସିଲିଣ୍ଡର ନେବାର ବିକଳ୍ପ ମଧ୍ୟ ପାଇପାରିବେ ।

Get real time updates directly on you device, subscribe now.