fbpx

‘ଡିଜେଲ ଭରୋ, ଇନାମ ଜିତୋ’: Indian Oil ଦେଉଛି ୨ କୋଟି ଜିତିବାର ସୁଯୋଗ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ, ୧୭ା୪: କୋଟିପତି ହେବାର ସ୍ୱପ୍ନ କାହାର ବା ନଥାଏ । ତେବେ ଏପରି ସୁଯୋଗ ଆସିଯାଇଛି ଆପଣଙ୍କ ପାଇଁ । Indian Oil ଆପଣମାନଙ୍କ ପାଇଁ ଏହି ସୁଯୋଗ ଆଣି ଦେଇଛି । Indian Oilର ରିଟେଲ ଆଉଟଲେଟରେ ଡିଜେଲ ପକାଇ ଆପଣ ୨ କୋଟି ଟଙ୍କା ଜିତିପାରିବେ । ଏହି ଅଫରର ନାମ ରହିଛି ‘ଡିଜେଲ ଭରୋ, ଇନାମ ଜିତୋ’ । ୧୮ ବର୍ଷରୁ ଅଧିକ ବୟସର ଯେକୌଣସି ଭାରତୀୟ ନାଗରିକ ଏହି ଅଫରର ଫାଇଦା ଉଠାଇ ପାରିବ । Indian Oil ତରଫରୁ ଟ୍ୱିଟ୍ ମାଧ୍ୟମରେ ଏନେଇ ସୂଚନା ଦିଆଯାଇଛି ।

ତେବେ ଏହି ଅଫରରେ ଭାଗ ନେବା ପାଇଁ ଆପଣଙ୍କୁ Indian Oilର ଆଉଟଲେଟରୁ ଅତିକମରେ ୨୫ ଲିଟର ଡିଜେଲ କିଣିବାକୁ ପଡ଼ିବ । ମାତ୍ର ଏହି ଡିଜେଲ କେବଳ ଗୋଟିଏ ଥରରେ କିଣିବାକୁ ହେବ । ଅଲଗା ଅଲଗା ସମୟରେ ଡିଜେଲ କିଣିଲେ ଏହାକୁ ବିଚାରକୁ ନିଆଯିବ ନାହିଁ । ଡିଜେଲ କିଣିବା ପରେ ଆପଣଙ୍କୁ ଗୋଟିଏ ପ୍ରିଣ୍ଟେଡ୍ ବିଲ୍ ମିଳିବ । ସେଥିରେ ଥିବା ବିଲ ନମ୍ବର ଓ ଡିଲର କୋଡକୁ ଆପଣ 7799033333 ନମ୍ବରକୁ ଏସଏମଏସ କରିବାକୁ ପଡ଼ିବ । ମେସେଜ ପଠାଇବାକୁ ଆପଣଙ୍କୁ ପ୍ରଥମେ ଡିଲର କୋଡ, ତାପରେ ସ୍ପେଶ ଦେଇ ବିଲ ନମ୍ବର ଟାଇପ କରିବାକୁ ପଡ଼ିବ । ଏହା ପରେ ସ୍ପେସ ଦେଇ ଡିଜେଲର ପରିମାଣ ଟାଇପ କରି ଉକ୍ତ ନମ୍ବରକୁ ପଠାଇବାକୁ ପଡ଼ିବ ।

Get real time updates directly on you device, subscribe now.