fbpx

ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୂ କରୋନା ପଜିଟିଭ: ହସ୍ପିଟାଲରେ ଭର୍ତ୍ତି

ଝାଡଖଣ୍ଡ,୧୭ ।୪ (ଓଡିଶା ଭାସ୍କର): ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୂ କରୋନା ସଂକ୍ରମିତ ହୋଇଛନ୍ତି । ଶନିବାର ତାଙ୍କର କରୋନା ଟେଷ୍ଟ କରାଇଥିଲେ । ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜଭବନରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟପାଳଙ୍କୁ ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଇନାହିଁ, ତଥାପି ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜଭବନର କିଛି ଷ୍ଟାଫ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ଯାହାପରେ ରାଜ୍ୟପାଳ ନିଜେ ମଧ୍ୟ କୋଭିଡ ଟେଷ୍ଟ କରାଇଥିଲେ ।

ସୂଚନାଯୋଗ୍ୟ ରାଜ୍ୟରେ କରୋନା ସଂକ୍ରମଣ ର ଦ୍ୱିତୀୟ ଲହର ପ୍ରଭାବ ରହିଛି । ଶୁକ୍ରବାର ଝାଡଖଣ୍ଡରେ ସର୍ବାଧିକ ୫୬ ଜଣକର କରୋନା କାରଣରୁ ମୃତ୍ୟୁ ହୋଇଛି । ଏବଂ ୩୮୪୩ ନୂଆ ମାମଲା ସାମ୍ନାକୁ ଆସିଛି । କେବଳ ରାଞ୍ଚିରୁ ୧୩୭୨ ଜଣ ପଜିଟିଭ ବାହାରିଛନ୍ତି  । ସେହିଭଳି ରାଞ୍ଚିରେ ୧୬ ଜଣକର ମୃତ୍ୟୁ ହୋଇଛି । ଏହିଭଳି ଭାବରେ ରାଞ୍ଚିରେ ଆକ୍ଟିଭ କେସ ୯୪୧୪କୁ ବୃଦ୍ଧି ପାଇଛି । ଶୁକ୍ରବାର କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ପାର କରିଛି ।

Get real time updates directly on you device, subscribe now.