fbpx

୭ ମେଡିକାଲ କଲେଜକୁ ଦିଆଗଲା ଜିଲ୍ଲା ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲ୍ଲା ?

ଭୁବନେଶ୍ୱର,୧୮ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ କଟକଣାକୁ କଡାକଡି କରିବାରେ ଲାଗିଛି ପ୍ରଶାସନ। ଏହାରି ମଧ୍ୟରେ କରୋନା ମୁକାବିଲା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାନି ନିର୍ଦ୍ଦେଶାବଳୀ ଜାରି ହୋଇଛି। ପୁଣି ଥରେ CCC ଓ DCHC କୁ ତ୍ୱରିତ ଭାବେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ HDU ଓ ICU ଗୁଡିକୁ ପରିବର୍ଦ୍ଧିତ କରିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟସ୍ତରୀୟ ଓ ମେଡିକାଲ କଲେଜ ଲେବଲ ଟିମ ପାଇଁ ନିଷ୍ପତ୍ତି ନିଆଯାଇଛି । ୭ଟି ସରକାରୀ ମେଡିକାଲ କଲେଜ ମଧ୍ୟରେ ଜିଲ୍ଲା ଦାୟିତ୍ୱ ବଣ୍ଟନ ହୋଇଛି । ମେଡିକାଲ କଲେଜ ଟିମ ସମ୍ପୃକ୍ତ ଜିଲ୍ଲାର କୋଭିଡ ସେଣ୍ଟର ତଦାରଖ କରିବେ।

ତେବେ SCBକୁ କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଦାୟିତ୍ୱ ଦିଆଯାଇଛି। MKCGକୁ ବୌଦ୍ଧ, ଗଞ୍ଜାମ, ଗଜପତି, କନ୍ଧମାଳର ଦାୟିତ୍ୱ ଦିଆଯାଇଛି।

ସେହିପରି ଭୀମସାରକୁ ଅନୁଗୁଳ, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ର ଦାୟିତ୍ୱ ଦିଆଯାଇଛି।

SLN ଦାୟିତ୍ୱରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ରହିଛି। PRM ବାରିପଦାକୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

ସେହିପରି FM ମେଡିକାଲ କଲେଜକୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। BB ମେଡିକାଲ କଲେଜକୁ ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଓ ସୁବର୍ଣ୍ଣପୁର ଦାୟିତ୍ୱ ଦିଆଯାଇଛି।

Get real time updates directly on you device, subscribe now.