fbpx

ରାଜକ୍ଷମା ଆବେଦନ କଲା ଦୋଷୀ ବିନୟ

ନୂଆଦିଲ୍ଲୀ, ୨୯ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ରାଜକ୍ଷମା ଆବେଦନ କରିଛି ଦୋଷୀ ବିନୟ ଶର୍ମା । ଏନେଇ ସୂଚନା ଦେଇଛନ୍ତି ବିନୟର ଓକିଲ ଏ.ପି. ସିଂହ । ଏହାସହ ଆଜି ଦୋଷୀ ଅକ୍ଷୟ ଦାଖଲ କରିଛି କ୍ୟୁରେଟିଭ ପିଟିସନ । ଆସନ୍ତାକାଲି ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ ।
ଉଲ୍ଲେଖଯୋଗ୍ୟ ଯେ ମୁକେଶର ସବୁ ପ୍ରକାର ପ୍ରଚେଷ୍ଟା ପରେ ମଧ୍ୟ ସବୁଥିରେ ସେ ବିଫଳ ହୋଇଛି । ବର୍ତ୍ତମାନ ଫାଶି ପାଇବା ସୁନିଶ୍ଚିତ ହୋଇଥିବା ବେଳେ ବିନୟ ରାଜକ୍ଷମା ପାଇଁ ଆବେଦନ କରିଛି । ଫେବୃଆରୀ ୧ ସକାଳ ୬ଟାରେ ୪ଦୋଷୀଙ୍କୁ ଫାଶୀ ଦେବା ପାଇଁ ପଟିଆଲା ହାଉସ କୋର୍ଟ ଡ଼େଥ ୱାରେଣ୍ଟ ଜାରି କରିଥିଲେ ।

Get real time updates directly on you device, subscribe now.