fbpx

ପତ୍ନୀ କରୋନା ପଜିଟିଭ ଚିହ୍ନଟ୍ ପରେ ନିଜକୁ ଆଇସୋଲେଟ୍ କଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍

ନୂଆଦିଲ୍ଲୀ ୨୦ ।୪ (ଓଡିଶା ଭାସ୍କର) : ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଜନତାଙ୍କଠୁ ନେଇ ରାଜନେତା ଏବଂ ସେଲିବ୍ରିଟି କରୋନା ସଂକ୍ରମଣରୁ ବାଦ୍ ପଡି ନାହାନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କାରାନା ସଂକ୍ରମିତ ହୋଇଛନ୍ତି । ପତ୍ନୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ କେଜ୍ରିୱାଲ୍ ନିଜକୁ ଆଇସୋଲେସନରେ ରଖିଛନ୍ତି । ଏହାସହ ପତ୍ନୀ ସୁନିତା ଘରେ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି ।

ଅନ୍ୟପଟେ ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ କରୋନାରେ ୨୪୦ ଜଣଙ୍କର ମୃତ୍ୟୁ ହୋଇଛି । ୭୬,୮୮୭ ଆକ୍ଟିଭ୍ କେସ୍ ଥିବାବେଳେ ୨୬.୧୨ ପ୍ରତିଶତକୁ ପଜିଟିଭ ରେଟ୍ ବୃଦ୍ଧି ପାଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଗତ ରାତି ୧୦ ଟାରୁ ଦିଲ୍ଲୀରେ ଲକଡାଉନ୍ ଲାଗୁ ହୋଇଛି । ଏହି ଲକଡାଉନ୍ ଆସନ୍ତା ୨୬ ତାରିଖ ଭୋର ୫ଟା ଯାଏ ରହିବ ।

Get real time updates directly on you device, subscribe now.