fbpx

ଭାରତରେ ଲଞ୍ଚ ହେଲା Bajaj Pulsar NS 125

ନୂଆ ଦିଲ୍ଲୀ,୨୧/୪ (ଓଡିଶା ଭାସ୍କର): ଦେଶର ପ୍ରସିଦ୍ଧ ଟୁ ହ୍ୱିଲର ନିର୍ମାତା କଂପାନୀ ବଜାଜ ଭାରତରେ ଏହାର ନୂତନ Bajaj Pulsar NS 125କୁ ଲଞ୍ଚ କରିଛି । କଂପାନୀ  NS ରେଞ୍ଜ କୁ ଯୁବ ବର୍ଗଙ୍କୁ ଧ୍ୟାନରେ ରଖି ତିଆରି କରିଥାଏ । ବଜାଜ ମଧ୍ୟ ଭାରତର ଏକ ଲୋକପ୍ରିୟ ମୋଟର ସାଇକେଲ ବ୍ରାଣ୍ଡ ଅଟେ Pulsar NS 125 କୁ କଂପାନୀ ଭାରତରେ ୯୩,୬୯୦ ଟଙ୍କା (ଏକ୍ସ-ସୋରୁମ, ଦିଲ୍ଲୀ)ଦାମରେ ଲଞ୍ଚ କରିଛି ।

କଲର ଏବଂ ଡିଜାଇନ:

ବଜାଜର ଏହି ନୂଆ ୧୨୫ ସିସି ବାଇକ କୁ ଚାରିଟି କଲର ବିଚ୍ ବ୍ଲୁ, ଫ୍ୟୁରି ଅରେଞ୍ଜ, ବର୍ନଟ ରେଡ ଏବଂ ପିୟୁଟର ଗ୍ରେ ଭଳି ଚାରିଟି କଲରରେ ଲଞ୍ଚ କରିଛି । ନୂଆ ବଜାଜ ପଲସର ଘଝ ୧୨୫ ଟ୍ୱିନ ପାଇଲଟ ଲ୍ୟାମ୍ପ, ହାଇ ଗ୍ଲାସ ମେଟାଲିକ ପେଣ୍ଟ, ପେରିମିଟର ଫ୍ରେମ, ଆଲଏ ହ୍ୱିଲ, ଇନଫିନିଟି ଟ୍ୱିନ ଷ୍ଟ୍ରିପ ଏଲଇଡି ଟେଲ ଲ୍ୟାମ୍ପ ଏବଂ ସ୍ପୋର୍ଟି ଡିସପ୍ଳେ ଗ୍ରାବ ରେଲ ସହିତ ସିଗ୍ନେଚର ବୁଲ୍ଫ ଆଇ ହେଡଲ୍ୟାମ୍ପ କ୍ଲଷ୍ଟର ରହିଛି ।

ଇଞ୍ଜିନ ଏବଂ ପାୱାର:

ବଜାଜ ପଲସର NS 125  ରେ କଂପାନୀ SOHC ଦୁଇ ଭାଲ୍ୱ ବିଶିଷ୍ଟ ୧୨୪.୪୫ ସିସି, ଏୟାର କୁଲଡ୍ DTS-i  ମୋଟର ଇଞ୍ଜିନ ବ୍ୟବହାର କରିଛି । ଏହି ଇଞ୍ଜିନ ୫ ସ୍ପିଡ ଗିୟରବକ୍ସ ସହିତ ରହିଛି, ଏହା ସହ ୭୫୦୦ ଆରପିଏମ ସହିତ ୧୧ଏନଏମ ର ପିକ ଟର୍କ ସହିତ ୮୫୦୦ ଆରପିଏମ ରେ ୧୨ ବିଏଚପି ର ପାୱାର ଜେନେରେଟ କରିଥାଏ ।  ଏହି ବାଇକ ରେଗୁଲାର ପଲସର ତୁଳନାରେ ଅଳ୍ପ ଭାରି ଅଟେ । ଏହାର ଓଜନ ୧୪୪ କେଜି ରହିଛି ।

ଏହାର ଲଞ୍ଚିଙ୍ଗ କୁ ନେଇ କଂପାନୀ ପ୍ରେସିଡେଣ୍ଟ  ଶ୍ରୀ ସାରଙ୍ଗ କହିଛନ୍ତି “ପଲସର ୧୨୫କୁ ଯୁବ ଗୋଷ୍ଠୀ ପସନ୍ଦ କରିଥାନ୍ତି, ଆମେ ଆଶା କରୁଛୁ ଯେ ନୂତନ ପଲସର ଘଝ ୧୨୫ ଏଣ୍ଟ୍ରି ଲେଭଲ ସ୍ୱୋର୍ଟସ ବାଇକ ସେଗମେଣ୍ଟରେ କଂପାନୀ ବ୍ରାଣ୍ଡର ସ୍ଥିତିକୁ ଆହୁରି ସୁଦୃଢ କରିବ ।”

Get real time updates directly on you device, subscribe now.