fbpx

ପୁତ୍ର ସାଜିଲା ନର ରାକ୍ଷସ: ମା’ଙ୍କୁ ହତ୍ୟା କରି କୁକୁରକୁ ଖୁଆଇବା ସହ ନିଜେ ଖାଇଲା ମାଂସ

ମାଟ୍ରିଦ, ୨୩ା୪: ସ୍ପେନରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଜଣେ ଯୁବକ ନରରାକ୍ଷସ ସାଜି ନିଜ ମା’ଙ୍କୁ ହତ୍ୟା କରି ମାଂସ ଟୁକୁଡ଼ାକୁ କୁକୁରକୁ ଖୁଆଇବା ସହ ନିଜେ ଭକ୍ଷଣ କରିଛି । ତେବେ ଏହି ଘଟଣାରେ ପୋଲିସ ଉକ୍ତ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତ ଯୁବକକୁ ୧୫ ବର୍ଷର କାରାଦଣ୍ଡ ହୋଇପାରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ୨୮ ବର୍ଷୀୟ ଯୁବକ ଜଣକ ପେଶାରେ ଜଣେ ୱେଟର ଅଟନ୍ତି, ଯେ କି ବେରୋଜଗାର ଥିଲେ । ଯୁବକଙ୍କ ଜଣେ ବନ୍ଧୁଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଘର ତଲାସ କରିଥିଲେ । ଘରେ ଏକ ଫ୍ରିଜ ମଧ୍ୟରେ ବ୍ୟାଗରେ କିଛି ମାଂସ ଖଣ୍ଡ ପୋଲିସ ଦେଖିବାକୁ ପାଇଥିଲା । ପୋଲିସ ଏହାପରେ ଅଭିଯୁକ୍ତ ଯୁବକକୁ ଏନେଇ ପଚରା ଉଚରା କରିବା ପରେ ସେ ନିଜର ଦୋଷ ମାନିଯାଇଥିଲା ।

Get real time updates directly on you device, subscribe now.