fbpx

ରାଜ୍ୟରେ ଖାଲି ଅଛି ୭୦% ବେଡ୍

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର) : ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା । ହେଲେ ଏହା ଭିତରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ କରୋନା ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ତୟାର୍ ରହିଛି । ବର୍ତ୍ତମାନ ୭୦ ପ୍ରତିଶତ ବେଡ୍ ଖାଲି ରହିଛି । ଯେଉଁ ହସ୍ପିଟାଲ୍ ରେ ବେଡ୍ ସରିଯାଉଛି ସେଠାକୁ ଆସୁଥିବା ରୋଗୀଙ୍କୁ ଅନ୍ୟ ଜିଲ୍ଲାକୁ ପଠାଯାଉଛି । ଅକ୍ସିଜେନ୍ ମଧ୍ୟ ମହଜୁଦ ରହିଛି । ଆହୁରି ମଧ୍ୟ ଅକ୍ସିଜେନ୍ ଅଭାବ ନହେବା ପାଇଁ ସିଲିଣ୍ଡର ରଖିବାକୁ ନିର୍ଦ୍ଦେଶ ହୋଇଛି । ସ୍ଥିତିର ମୁକାବିଲା ପାଇଁ ଯଥେଷ୍ଟ ବେଡ୍, ଅକ୍ସିଜେନ୍ ଓ ଔଷଧ ପ୍ରସ୍ତୁତ ରହିଛି । ଏନେଇ ଆଜି ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସୁଚନାଯୋଗ୍ୟ, ଆଜି ପୁଣି ୬୫୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୮୨୭ ଓ ସ୍ଥାନୀୟ ଅଞ୍ଚଳରୁ ୨୭୭୨ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦୁଝରରୁ ୨ ଜଣ, ଭଦ୍ରକ, କଟକ, ଗଞ୍ଜାମ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.