fbpx

ଏଣିକି ବ୍ୟାଙ୍କ ୧୦ଟାରୁ ୪ଟା: ଜାଣନ୍ତୁ କେବେ ହେବ ଲାଗୁ

ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର): କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟ ପରିବର୍ତ୍ତନ କରାଯାଇଛି । ଏଣିକି ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । ଗ୍ରାହକମାନେ ସକାଳ ୧୦ଟାରୁ ୨ଟା ମଧ୍ୟରେ ସେବା ପାଇପାରିବେ । ଆସନ୍ତା ମେ ୧୫ ତାରିଖ ଠାରୁ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି । ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛି । ଏହାଛଡ଼ା ପ୍ରତ୍ୟେକ ଏଟିଏମରେ ପର୍ଯ୍ୟାନ୍ତ ମାତ୍ରାରେ ଟଙ୍କା ମହଜୁଦ ରଖିବାକୁ ମଧ୍ୟ କୁହାଯାଇଛି । ବ୍ୟାଙ୍କଗୁଡ଼ିକରେ ରୋଟେସନ ଭିତ୍ତିରେ ୫୦ ପ୍ରତିଶତ କର୍ମଚାରୀରେ ଅଫିସ କାର୍ଯ୍ୟ ଜାରି ରହିବ । ସପ୍ତାହାନ୍ତ ସଟଡାଉନ୍ ସକାଶେ ଶନିବାର ଦିନ ବ୍ୟାଙ୍କର ସମସ୍ତ ଶାଖା ବନ୍ଦ ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.