fbpx

୭୦ ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ

ଢେଙ୍କାନାଳ, ୨୯/୦୪: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୃଦ୍ଧାଙ୍କୁ ଡାକି ନେଇ ଗଣ ଦୁଷ୍କର୍ମ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଳା ଗଁଦିଆ ଅଞ୍ଚଳରେ, ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ୨ ଜଣ ଦୁର୍ବୁତ୍ତ ଗଣ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପିଡୀତାଙ୍କ ଅଭିଯୋଗ ଅନୁସାରେ ୨ ଜଣକୁ ଅଟକ ରଖିଛି ପୋଲିସ ।
ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ନାତୁଣୀଙ୍କ ପାଖରେ ଥିଲେ ବୃଦ୍ଧା । ମଙ୍ଗଳବାର ରାତିରେ ୨ ଜଣ ଯୁବକ ତାଙ୍କୁ ହସ୍ପିଟାଲରୁ ଡାକିନେଇ ଦକ୍ଷିଣକାଳୀ ବଧି ପୋଖରୀ ନିକଟରେ ଗଣଦୁଷ୍କର୍ମ କରିଥିଲେ । ୨ ଯୁବକଙ୍କ ମଧ୍ୟରୁ ଜଣେ ହସ୍ପିଟାଲର ଠିକା କର୍ମଚାରୀ ଥିବା ସୂଚନା ।

Get real time updates directly on you device, subscribe now.