fbpx

ଅଭିଜିତଙ୍କ ଷ୍ଟୁଡିଓରେ ଭାଇରାଲ୍ ବୟ୍ ତୈଲୋକ୍ୟ

ଭୁବନେଶ୍ୱର, ୨୮/୪(ଓଡ଼ିଶା ଭାସ୍କର): କିଛି ଦିନ ତଳେ ମିଡିଆ ଆଗରେ ବାଇଟ୍ ଦେଇ ରାତାରାତି ଚର୍ଚ୍ଚାକୁ ଆସିଥିବା ତୈଲୋକ୍ୟ ରାୟ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କଥାରେ କଥାରେ କହିଦେଇଥିବା କେଇ ପଦ କଅଁଳ କଥା ତାକୁ ଆଣି ପହଞ୍ଚାଇ ଦେଇଛି ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ଷ୍ଟୁଡିଓରେ । କଥାଟି ହେଉଛି ଅଭିଜିତ୍ ଏବଂ ତୈଲୋକ୍ୟ ମିଶି ଏବେ ଏକ ଗୀତ ସୁଟିଂ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି । ଲୋକ ମାନେ ବି ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଗୀତରେ ଆପଣ ମାନେ ଶୁଣିବାକୁ ପାଇବେ ତୈଲୋକ୍ୟ ମିଡିଆ ସାମନାରେ ଦେଇଥିବା ସେଇ ଦୁଇପଦ କଥା । ଆଉ ତାହା ହେଲା ମୁଁ ପ୍ରଥମ ଶେଣ୍ରୀରେ ପଢ଼ୁଛି…. ମୁଁ ଶୁଣିଲି କଣ ଆମ ଇସ୍କୁଲ ଉଠିଯାଉଛି….

Get real time updates directly on you device, subscribe now.