ଜଳୁଛି ଓଡିଶା! ୪୨ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା

ଭୁବନେଶ୍ୱର,୨୯ ।୪(ଓଡିଶା ଭାସ୍କର): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ଓଡିଶା । ଆଜି ରାଜ୍ୟର ୬ଟି ସହରର ତାପମାତ୍ରା ୪୨ଡିଗ୍ରୀ ସେଲସିଅସ ଉପରେ ରହିଛି । ୪୩.୧ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ସୋନପୁର ।

ସେହିପରି ଟିଟିଲାଗଡରେ ୪୨.୬, ବୌଦ୍ଧରେ ୪୨.୫, ବଲାଙ୍ଗିରରେ ୪୨.୨ ଡିଗ୍ରୀ, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ସହ ସମ୍ବଲପୁରରେ ୪୧.୨, ଝାରସୁଗୁଡ଼ାରେ ୪୧, ହୀରାକୁଦ ଓ ତାଳଚେରରେ ୪୦.୩ ଡିଗ୍ରୀ, ଅନୁଗୁଳରେ ୪୦.୧, ମାଲକାନଗିରିରେ ୪୦, ଭୁବନେଶ୍ବରରେ ୩୮.୩, ଚାନ୍ଦବାଲିରେ ୩୭.୧,, ବାଲେଶ୍ବରରେ ୩୪.୪ ଡିଗ୍ରୀ, କଟକରେ ୩୬.୬, ପରାଦୀପରେ ୩୨.୫, ଗୋପାଳପୁରରେ ୩୩, ପୁରୀରେ ୩୨.୮, ବାରିପଦାରେ ୩୮, କେନ୍ଦୁଝରରେ ୩୭.୪, କୋରାପୁଟରେ ୩୫, ଫୁଲବାଣୀରେ ୩୯.୪, ନୟାଗଡ଼ରେ ୩୭, ଛତ୍ରପୁରରେ ୩୩, ପାରଳାଖେମୁଣ୍ଡିରେ ୩୮.୫ ଓ ରାୟଗଡ଼ାରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।