fbpx

ଟିକାକରଣ ପାଇଁ ହେଲା ଧାର୍ଯ୍ୟ ହେଲା ସମୟ

ଭୁବନେଶ୍ୱର : ଆସନ୍ତା ୩ ତାରିଖ ସୋମବାର ଦିନ ହେବାକୁ ଯାଉଥିବା ଟିକାକରଣର ସମୟ ନିର୍ଦ୍ଧାରଣ କରାଯାଇଛି । ଭିନ୍ନ ଭିନ୍ନ ବର୍ଗର ବୟସ୍କଙ୍କ ଲାଗି ଟିକାକରଣ ସମୟ ଧାର୍ଯ୍ୟ କରାଯାଇଛି । ଏନେଇ ବିଏମସି ପକ୍ଷରୁ ସୁଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସକାଳ ୮ଟାରୁ ଦିନ ୧ ଯାଏଁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏହାପରେ ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିବିଶେଷଙ୍କୁ ଅପରାହ୍ନ ୩ଠାରୁ ସଂଧ୍ୟା ୬ଟା ଟିକା ଦିଆଯିବ ବୋଲି ବିଏମସି ପକ୍ଷରୁ ସୁଚନା ମିଳିଛି । ତେବେ ଆଜି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କରିଛନ୍ତି ଯେ, ଟିକା ନେବା ପାଇଁ କୋ-ୱିନ୍ ଆପରେ ରେଜିଷ୍ଟ୍ରେସନ୍ କରନ୍ତୁ । ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ କରିପାରିବେ ନାହିଁ । ଟିକା ନେବା ପାଇଁ ରେଜିଷ୍ଟ୍ରେସନ୍ କରି ସାରିବା ପରେ ସେମାନଙ୍କୁ ଯେଉଁ ସ୍ଥାନରେ ସ୍ଲଟ୍ ଦିଆଯିବ ସେମାନେ ସେହି ସ୍ଥାନକୁ ଯାଇ ଟିକା ନେବେ । ଏଥିସହିତ ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲ ମାନଙ୍କ ଟିକାକରଣ କରାଯିବ । ୧୮ରୁ ୪୪ ବର୍ଷର ବ୍ୟକ୍ତିବିଶେଷ ଏବଂ ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟିକାକରଣ କରାଯିବାକୁ ଥିବା ବେଳେ ସରକାରୀ ହସ୍ପିଟାଲ ମାନଙ୍କରେ ଏହି ଦୁଇ ବର୍ଗର ଲୋକଙ୍କ ପାଇଁ ଅଲଗା ବ୍ୟବସ୍ଥା ହୋଇଛି ।

Get real time updates directly on you device, subscribe now.