fbpx

ସ୍ପାଇସଜେଟ୍ ବିମାନ ପକ୍ଷରୁ କର୍ମଚାରୀଙ୍କ ୫୦ ପ୍ରତିଶତ ଦରମା କାଟ

ନୂଆଦିଲ୍ଲୀ ୦୨ ।୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ପରିସ୍ଥିତରେ ସ୍ପାଇସଜେଟ୍ ବିମାନ ତାହାର କର୍ମଚାରୀଙ୍କର ଦରମା ୧୦ରୁ ୫୦ ପ୍ରତିଶତ କଟା ହୋଇଛି । ସ୍ପାଇସଜେଟ୍ ବିମାନର କେବିନ୍ କ୍ରୁ ଏବଂ ପାଇଲଟମାନଙ୍କର ଏପ୍ରିଲ ମାସର ଦରମା କଟା ଯାଇଛି । ସ୍ପାଇସଜେଟର ଚେୟାରପର୍ସନ ଏବଂ ମ୍ୟାନେଜିଂ ଡାଇରେକ୍ଟର ଅଜୟ ସିଂହ ଏପ୍ରିଲ ମାସର ଦରମା ନେଇ ନାହାଁନ୍ତି ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । କରୋନା କାରଣରୁ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ପ୍ରତିବନ୍ଧକ ଲାଗିଛି। ଘରୋଇ ଉଡାଣ ମଧ୍ୟ ସୀମିତ ହୋଇଯାଇଛି। ଏନେଇ କମ୍ପାନି କର୍ମଚାରୀଙ୍କର ଦରମା କାଟିଥିବା କହିଛନ୍ତି ।
ତେବେ କମ୍ପାନୀର ପ୍ରବକ୍ତା କହିଛନ୍ତି ଯେ, ନିମ୍ନ ପଦସ୍ଥ କର୍ମଚାରୀମାନଙ୍କ ଦରମା କଟାଯିବ ନାହିଁ। ସେମାନଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ। ଏହା ଏକ ଅସ୍ଥାୟୀ ପଦକ୍ଷେପ। ସ୍ଥିତି ସୁଧୁରିବା ପରେ କର୍ମଚାରୀମାନେ ତାଙ୍କ କଟା ହୋଇଥିବା ଦରମା ପାଇପାରିବେ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

Get real time updates directly on you device, subscribe now.