fbpx

ପଞ୍ଜାବ କିଙ୍ଗ୍ସ ଅଧିନାୟକ କେ.ଏଲ୍ ରାହୁଲ ଆପେଣ୍ଡିସାଇଟିସରେ ଆକ୍ରାନ୍ତ

ନୂଆ ଦିଲ୍ଳୀ, ୦୨/୦୫: ଆଇପିଏଲ ଫ୍ରାଞ୍ଚାଇଜ୍ ପଞ୍ଜାବ କିଙ୍ଗ୍ସ ରବିବାର ଏହା  ସୁନିଶ୍ଚିତ କରିଛି ଯେ ଦଳର ଅଧିନାୟକ କେ.ଏଲ୍ ରାହୁଲ ଆପେଣ୍ଡିସାଇଟିସରେ ଆକ୍ରାନ୍ତ ହୋଇଛନ୍ତି ।

ଶନିବାର ରାତିରେ କେ. ଏଲ ରାହୁଲ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତାଙ୍କୁ ଦିଆଯାଇଥିବା କୌଣସି ଔଷଧ କାମ କରିନଥିଲା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ପରୀକ୍ଷା ପରେ ତାଙ୍କୁ ଆପେଣ୍ଡିସାଇଟିସ ହୋଇଥିବା ଜଣାପଡିଥିଲା ଏନେଇ ସୋସିଆଲ ମିଡିଆରେ ଫ୍ରାଞ୍ଚାଇଜ୍ ଘୋଷଣା କରିଛି।

ଅହମ୍ମଦାବାଦରେ ଆଜିର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ରାହୁଲଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲ ଦଳର ନେତୃତ୍ୱ ନେଇଛନ୍ତି ।

Get real time updates directly on you device, subscribe now.