fbpx

ମେ ୧୩ରେ ଲଞ୍ଚ ହେବ Redmi Note 10s

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Xiaomi ନିକଟରେ ଏହାର Redmi Note 10 ସିରିଜର ସ୍ମାର୍ଟଫୋନ ଲଞ୍ଚ କରିଛି । ଏବେ କଂପାନୀ ଏହି ସିରିଜରେ ଏକ ନୂଆ ସ୍ମାର୍ଟଫୋନ କୁ ଲଞ୍ଚ କରିବାକୁ ଯାଉଛି । ଯାହାର ନାଁ ରହିଛି Redmi Note 10s ।

ସାଓମି ଏହାର ଆଗାମୀ ସ୍ମାର୍ଟଫୋନ Redmi Note 10sକୁ ମେ ୧୩ରେ ଲଞ୍ଚ କରିବାକୁ ଯାଉଛି । କଂପାନୀ ଏହାର ଏକ ଟିଜର ଜାରି କରିଛି ।  ଏହି ଲଞ୍ଚ ଭର୍ଚୁଆଲ ମାଧ୍ୟମରେ କରାଯିବ ଏବଂ ଏହାକୁ କଂପାନୀର ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସିଧାପ୍ରସାରଣ କରାଯିବ । କଂପାନୀ ଦ୍ୱାରା ଜାରି କରାଯାଇଥିବା ଟିଜରରେ ଫୋନର ପ୍ରଦର୍ଶନ ଏବଂ କ୍ୟାମେରା ବିଷୟରେ  କୁହାଯାଇଛି ।

ଏହି ସ୍ମାର୍ଟଫୋନରେ 6.43 inchର Full HD+ AMOLED ଡିସପ୍ଲେ ଦିଆଯିବ । Redmi Note 10s ରେ MediaTek Helio G95 ଚିପସେଟ ଦିଆଯିବ । ଏହି ସ୍ମାର୍ଟଫୋନରେ 8 GB RAM ଏବଂ 128 GB ଇନଣ୍ଟରନାଲ ଷ୍ଟୋରେଜ ଦିଆଯିବ ।

Redmi Note 10s ରେ ଚାରିଟି କ୍ୟାମେରା ଦିଆଯିବ  । ଏଥିରେ ପ୍ରାଇମେରୀ ଲେନ୍ସ 64 MP ରହିବ, 8 MP  ଅଲଟ୍ରା ୱାଇଡ ଆଙ୍ଗେଲ କ୍ୟାମେରା, 2MPର ମାକ୍ରୋ ସେନ୍ସର ଏବଂ 2 MPର Depth  ସେନ୍ସର କ୍ୟାମେରା ରହିଛି । ସେଲ୍ଫି ପାଇଁ ଏଥିରେ 13 MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।

Redmi Note 10s ରେ 5000 mAhର ବ୍ୟାଟେରୀ ଦିଆଯାଇଛି ଏହା ସହ 33Wର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି  । ଏହି ଫୋନରେ Side Mounted Finger Print Sensor ଦିଆଯାଇଛି ଏବଂ ଏହି ସ୍ମାର୍ଟଫୋନ MIUI 12.5 ଦ୍ୱାରା ପରିଚାଳିତ ।

Get real time updates directly on you device, subscribe now.