fbpx

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ, ୨ା୨(ଓଡ଼ିଶା ଭାସ୍କର): ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କଟକ ସ୍ଥିତ ସତୀଚଉରା ଶ୍ମସାନରେ ବିପ୍ଳବୀ କବିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବିପ୍ଳବୀ କବି ରବି ସିଂଙ୍କ ଆଜି ପରଲୋକ ଘଟିଥିଲା । ରବି ସିଂ ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ । ଆଜି କଟକ ସ୍ଥିତ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ହୋଇଥିଲା । ତାଙ୍କୁ ୧୯୬୧ରେ ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଥିଲା । ସେହିପରି ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ । ସେ ଚରମ ପତ୍ର, ପାଦଟୀକା, ଅପ୍ରୀତିକର କବିତା ପୁସ୍ତକର ସ୍ରଷ୍ଟା ।

Get real time updates directly on you device, subscribe now.