fbpx

କୋଭିଡ୍ ସମୟରେ ସିଟି ସ୍କାନ୍ କ୍ଷତିକାରକ ସାବ୍ୟସ୍ତ ହୋଇପାରେ: ଏମସ୍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ସମୟର ଚିକିତ୍ସାକୁ ନେଇ ଏମସି୍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ନିହାତି ଭାବରେ ଆବଶ୍ୟକ ନଥିଲେ ସିଟି ସ୍କାନ୍ କରନ୍ତୁ ନାହିଁ । କାରଣ ଏହା କୌଣସି ପ୍ରକାରର ସୁଫଳ ଶରୀରକୁ ଦିଏ ନାହିଁ । ଓଲଟି ଏହି ସିଟିସ୍କାନ୍ କଲେ ଶରୀର ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏହାର ଅନେକ ପ୍ରକାରର ପାଶ୍ୱର୍ ପ୍ରତିକ୍ରିୟା ଶରୀରରେ ଦେଖିବାକୁ ମିଳେ । ଆଉ ଏହାଦ୍ୱାରା କ୍ୟାନସର୍ ହେବାର ମଧ୍ୟ ସମ୍ଭାବନା ରହିଥାଏ । କାରଣ ସିଟିସ୍କାନ୍ କରିବା ଯାହା ୩ ଶହ ଥର ଛାତି ଏକ୍ସ-ରେ କରିବା ତାହା ବୋଲି ସେ ମତ ଦେଇଛନ୍ତି । ତେଣୁ କରୋନା ମହାମାରୀର ସ୍ୱଳ୍ପ ଲକ୍ଷଣ ଥିଲେ ସିଟିସ୍କାନ୍ ର ଆଦୌ ଆବଶ୍ୟକତା ନାହିଁ । ଖାଲି ସେତିକି ନୁହେଁ ବାୟୋମାର୍କର ଟେଷ୍ଟ ବି ସମସ୍ତଙ୍କୁ ନ କରିବାକୁ ପରାମର୍ଶ ଦେଲେ ଡକ୍ଟର ଗୁଲେରିଆ ।

Get real time updates directly on you device, subscribe now.