fbpx

ଚଳିତ ବର୍ଷ ଆଇପିଏଲ୍ ସ୍ଥଗିତ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷର ଆଇପିଏଲକୁ ବାତିଲ କରାଯାଇଛି । ଏନେି ବିସିସିଆଇ ପକ୍ଷରୁୁ ସୁଚନା ଦିଆଯାଇଛି । ଆଜି ଏହି ସଂକ୍ରାନ୍ତରେ ଏଏନଆଇ କୁ ବିସିଯସିଆଇର ଉପସଭାପତି ରାଜୀବ ଶୂକ୍ଲା ସୁଚନା ଦେଇଛନ୍ତି । ଏକାଧିକ ଖେଳାଳୀ କରୋନା ଦ୍ୱାରା ସଂକ୍ରମିତ ହେବାପରେ ଏହି ବଡ ନିଷ୍ପତି ନିଆଯାଇଛି । ଖେଳାଳୀଙ୍କ ବ୍ୟତୀତ ଅନେକ ଅଫିସିଆଲ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଇପିଏଲ୍ ଅନୁଷ୍ଠିତ ହେବା ପରେ ବି ଖେଳାଳୀ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯିବା ପରେ ଫ୍ୟାନ୍ସ ମାନଙ୍କ ମହଲରେ ନିରାଶା ଖେଳିଯାଇଛି । ସୁଚନାଯୋଗ୍ୟ, ଗତକାଲି କୋଲକାତା ଟିମ୍ ର ଦୁଇ ଜଣ ଖେଳାଳୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗତକାଲିର ମ୍ୟାଚ୍ କୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ନିଷ୍ପତି ନିଆଯିବ ବୋଲି କୁହାଯାଇଥିଲା । ସେତେବେଳୁ ହିଁ ଆଶଙ୍କା କରାଯାଉଥିଲା ଯେ, ଆଇପିଏଲ୍ କୌଣସି ବି ମୁହୁର୍ତ୍ତରେ ବନ୍ଦ ହୋଇପାରେ । ତାହା ଆଜି ସତ ହୋଇଛି । ସୁଚନାଯୋଗ୍ୟ, ପୁର୍ବରୁ ଚେନ୍ନାଇର ବୋଲିଂ କୋଚ୍ ବାଲାଜୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଖାଲି ସେ ନୁହନ୍ତି, ଆଜି ସନରାଇଜରସ୍ ହାଇଦ୍ରାବାଦ୍ ର ରିଦ୍ଧିମାନ୍ ଶାହା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.