fbpx

ଶ୍ବଶୁରଙ୍କୁ ହତ୍ୟା କଲା ବୋହୁ

କେନ୍ଦ୍ରାପଡା ୦୪ । ୦୫ (ଓଡ଼ିଶା ଭାସ୍କର) : ଶ୍ବଶୁରଙ୍କୁ ହତ୍ୟା କଲା ବୋହୁ । ଏଭଳି ଏକ ଅଘଟଣ କେନ୍ଦ୍ରାପଡା ଜିଲ୍ଲା ରାଜନଗର ରିଘାଗଡ ଗାଁରେ ଦେଖିବାକୁ ମିଳିଛି । ମୃତକ ଜଣଙ୍କ ହେଲେ ଶ୍ରୀନିବାସ ବେଉରିଆ । ଶ୍ବଶୁରଙ୍କୁ ଅତି ନିର୍ମମ ଭାବେ ପିଟିପିଟି ବୋହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡଟି ପାରିବାରିକ କଳହକୁ ନେଇ ହୋଇଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ଅଭିଯ଼ୋଗ ପରେ ଅଭିଯୁକ୍ତ ବୋହୁ କବିତା ବେଉରିଆ ରାଜନଗର ଥାନାରେ ଅଟକ ରଖାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆାରମ୍ଭ କରିଛି । କେଉଁ କାରଣରୁ ହତ୍ୟାକାଣ୍ଡ ହୋଇଛି ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ । ସେପଟେ ଏହି ଘଟଣାକୁ ନେଇ ରାଜନଗର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Get real time updates directly on you device, subscribe now.