fbpx

ଖୁସି ଖବର : ଓଡ଼ିଶାରେ ଆଜି ୬୧୬୪ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୪।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ ଲକ୍ଷ ୧୦ ହଜାର ୨୨୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୮୧, ଝାରସୁଗୁଡ଼ାରୁ ୫୫୭ ସୁସ୍ଥ, ନୂଆପଡ଼ାରୁ ୪୪୮, କଟକରୁ ୩୪୨,କଳାହାଣ୍ଡିରୁ ୩୨୦, ବରଗଡ଼ରୁ ୨୯୮ ସୁସ୍ଥ, ସମ୍ବଲପୁରରୁ ୨୭୯, ନବରଙ୍ଗପୁରରୁ ୨୨୯, ଗଞ୍ଜାମରୁ ୨୧୬ ଆକ୍ରାନ୍ତ ସୁସ୍ଥ । ଯାଜପୁରରୁ ୧୮୯, ମୟୂରଭଞ୍ଜରୁ ୧୮୦, ପୁରୀରୁ ୧୪୩, ଅନୁଗୁଳରୁ ୧୦୭ ସୁସ୍ଥ, ବାଲେଶ୍ବର ୧୦୧, ବଲାଙ୍ଗିର ୯୮, କୋରାପୁଟ ୯୨, କେନ୍ଦୁଝରରୁ ୮୯ ସୁସ୍ଥ । ଜଗତସିଂହପୁର ୮୭, ଭଦ୍ରକ ୮୬, ନୟାଗଡ଼ ୮୫, ଗଜପତିରୁ ୭୮, ରାୟଗଡ଼ା ୭୦, ସୋନପୁର ୬୨, ଦେବଗଡ଼ ୪୨, କେନ୍ଦ୍ରାପଡ଼ାରୁ ୩୮ ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.